ମାର୍ଚ୍ଚ ୪ ତାରିଖ ଦିନ ସାରା ଦେଶରେ ହୋଲି ପାଳନ କରାଯିବ । ଏହି ପର୍ବକୁ ଖରାପ ଉପରେ ଭଲର ବିଜୟ ଭାବେ ପାଳିନ କରାଯାଏ । ହୋଲିରେ ଲୋକମାନେ ସେମାନଙ୍କର ରାଗ ଋଷା ଭୁଲି ପରସ୍ପରଙ୍କୁ ରଙ୍ଗ ଲଗା ଲଗି ହୋଇଥାଆନ୍ତି । ଏହା ବ୍ୟତୀତ ଧାର୍ମିକ ଦୃଷ୍ଟିକୋଣରୁ ହୋଲିକୁ ବହୁତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ, ହୋଲି ପୂର୍ବରୁ କିଛି ଜିନିଷ ଘରକୁ ଆଣିବା ଦ୍ୱାରା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିପାରେ । ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ଆଣନ୍ତୁ : ହୋଲି ପୂର୍ବରୁ ଆପଣଙ୍କ ଘରକୁ ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ଆଣନ୍ତୁ । ହୋଲି ଦିନ, ଆପଣ ଏହି ମୂର୍ତ୍ତିକୁ ଆପଣଙ୍କ ପୂଜା ସ୍ଥାନରେ ସ୍ଥାପନା କରନ୍ତୁ । ଯାହା ଦ୍ବାରା ଆପଣଙ୍କୁ ଧନ, ସମୃଦ୍ଧି ମିଳିବ ସହିତ ଭଗବାନ ଗଣେଶ ଏବଂ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।
ଶ୍ରୀଯନ୍ତ୍ର ଘରକୁ ଆଣନ୍ତୁ : ହୋଲି ପୂର୍ବରୁ ଆପଣ ଆପଣଙ୍କ ଘରେ ଶ୍ରୀଯନ୍ତ୍ର ସ୍ଥାପନ କରିବା ଉଚିତ୍ । ଏହି ଯନ୍ତ୍ରକୁ ଉତ୍ତର-ପୂର୍ବ ଦିଗରେ ରଖିବା ଦ୍ୱାରା ଶୁଭ ଫଳ ମିଳିଥାଏ । ଏହି ଯନ୍ତ୍ର ସ୍ଥାପନ କରିବା ପରେ ଆପଣ ପ୍ରତିଦିନ ଏହାକୁ ପୂଜା କରିବା ଉଚିତ । ବିଶ୍ୱାସ କରାଯାଏ ଯେ ଆପଣଙ୍କ ଘରେ ଶ୍ରୀଯନ୍ତ୍ର ରଖିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଆର୍ଥିକ ସମସ୍ୟା ଦୂର ହେବ ।
ଘରକୁ ହଳଦୀ ଗୁଣ୍ଡ ଆଣନ୍ତୁ : ହୋଲି ପୂର୍ବରୁ ଆପଣ ଘରକୁ ହଳଦୀ ଗୁଣ୍ଡ ଆଣିବା ଶୁଭ ବୋଲି ବିବେଚନା କରାଯାଏ । ହଳଦୀ ଗୁଣ୍ଡ ଆଣିବା ଦ୍ବାରା ତାହା ଧନକୁ ଆକର୍ଷିତ କରେ । ତେଣୁ ହୋଲି ପୂର୍ବରୁ ହଳଦୀ ଗୁଣ୍ଡ ଘରକୁ ଆଣନ୍ତୁ । ଏହାକୁ ଏକ ହଳଦିଆ କପଡ଼ାରେ ଗୁଡାନ୍ତୁ ଏବଂ ଟ୍ରେଜେରୀରେ ରଖନ୍ତୁ । ଏପରି କରିବା ଦ୍ବାରା ଧନରେ କୌଣସି ଅଭାବ ରହିବ ନାହିଁ ।
ଘରକୁ ରୁପା କଇଁଛ ଆଣନ୍ତୁ : ଘରକୁ ରୁପା କଇଁଛ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ହୋଲି ପୂର୍ବରୁ ଘରକୁ ରୁପା କଇଁଛ ଆଣି ଉତ୍ତର ଦିଗରେ ରଖନ୍ତୁ । ଯାହା ଦ୍ବାରା ବର୍ଷସାରା ସମୃଦ୍ଧି ସୁନିଶ୍ଚିତ ହୁଏ । ଏହା ବ୍ୟତୀତ ରୁପା କଇଁଛ ଘରୁ ନକାରାତ୍ମକତାକୁ ମଧ୍ୟ ଦୂର କରିଥାଏ ।