ଏପରି ଏକ ଗାଁ, ଯେଉଁଠାରେ ଆଦୌ ହୁଏନି ବର୍ଷା

0

କିଛି ଦେଶରେ ଅଧିକ ବର୍ଷା ହୋଇଥାଏ, ତ ଆଉ କିଛି ଦେଶରେ ବର୍ଷାର ପରିମାଣ କମ୍ ଥାଏ । ମାତ୍ର ବିଶ୍ୱରେ ଏମିତି ଏକ ଗାଁ ରହିଛି, ଯେଉଁଠି ଆଦୌ ବର୍ଷା ହୁଏ ନାହିଁ । ଅନ୍ୟ ଅର୍ଥରେ କହିବାକୁ ଗଲେ ସେଠାକାର ଲୋକେ ବର୍ଷା କେବେ ବି ଦେଖିନାହାନ୍ତି । ଏହି ଗାଁର ନାମ ହେଉଛି ଅଲ-ହୁତେବ୍, ଯାହା କି ୟମନର ରାଜଧାନୀ ସାନାର ପଶ୍ଚିମରେ ଥିବା ହରଜ କ୍ଷେତ୍ରରେ ଅଛି ।

ଅନେକ ସମୟରେ ପର୍ଯ୍ୟଟକମାନେ ଆସି ଏଠାକାର ନିଆରା ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ଏଠାରେ ପର୍ବତ ଶିଖରରେ ଅନେକ ଘର ରହିଛି, ଯାହା କି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ଅଲ୍-ହୁତେବ୍ ନାମକ ଏହି ଗ୍ରାମଟି ଭୂପୃଷ୍ଠରୁ ୩,୨୦୦ ମିଟର ଉଚ୍ଚରେ ଅବସ୍ଥିତ ।

ଏଠାକାର ପରିବେଶ ଖୁବ୍ ଗରମ । ଶୀତଦିନରେ ମଧ୍ୟ ସୂର୍ଯ୍ୟ କିରଣ ପଡ଼ିବା କ୍ଷଣି ଏଠାରେ ଅତ୍ୟଧିକ ଗରମ ଅନୁଭୂତ ହୋଇଥାଏ । ଅଲ୍-ହୁତେବ୍ ଗ୍ରାମର ବିଶେଷତା ହେଉଛି ଯେ ଏଠାରେ କେବେ ମଧ୍ୟ ବର୍ଷା ହୋଇ ନଥାଏ । ଏହା ଏତେ ଉଚ୍ଚରେ ରହିଛି ଯେ, ଗାଁର ନିମ୍ନ ଭାଗରେ ବାଦଲ ସୃଷ୍ଟି ହୋଇଥାଏ ଓ ବର୍ଷା ହୁଏ ।

SBI AD
Leave A Reply

Your email address will not be published.