ନୂଆଦିଲ୍ଲୀ: ଆୟକର ଦାଖଲ କରିବାର ଶେଷ ତାରିଖ (ITR ଫାଇଲ୍ ଶେଷ ତାରିଖ) ହେଉଛି ୩୧ ଜୁଲାଇ ୨୦୨୨ । ଯଦି ଆପଣ ଠିକ୍ ସମୟରେ ITR ଫାଇଲ୍ କରନ୍ତି ନାହିଁ, ତେବେ ଆପଣଙ୍କ ଉପରେ ପେନାଲ୍ଟି ଲାଗିଯିବ । ଆପଣ କେବେ ଭାବିଛନ୍ତି କି ଯଦି କେହି ମରିଯାଏ, ତଥାପି ତାଙ୍କୁ ITR ଫାଇଲ କରିବାକୁ ପଡିବ କି ନାହିଁ? ନିୟମ ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ITR ଦାଖଲ କରିବା ଆବଶ୍ୟକ । କିନ୍ତୁ ତାଙ୍କ ମୃତ୍ୟୁ ପରେ କିଏ ତାଙ୍କ ITR ଦାଖଲ କରିବ? ଜାଣନ୍ତୁ କିଛି ଜରୁରୀ ନିୟମ ସମ୍ପର୍କରେ..
କାହାର ମୃତ୍ୟୁ ପରେ ତାଙ୍କ ଆଇଟିଆର ଫାଇଲ କରିବା ପାଇଁ ସର୍ବ ପ୍ରଥମେ ତାଙ୍କ ପରିବାର ମାନେ ଯେପରି ତାଙ୍କ ପତ୍ନୀ କିମ୍ବା ପତି ଙ୍କ ସନ୍ତାନ ଙ୍କ ମଞ୍ଜୁରି ମିଳିବା ଜରୁରୀ । ଏହି ମଞ୍ଜୁରି ଆପଣଙ୍କୁ କୋର୍ଟରୁ ମିଳିଯିବ। ଏହାସହ ସ୍ଥାନୀୟ ନଗର ନିଗମରୁ ମଧ୍ୟ ଏସବୁ ପାଇଁ ମଞ୍ଜୁରି ମିଳିବା ଜରୁରୀ। ତେଣୁ ସର୍ବପ୍ରଥମେ ଆଇନ ମାନ୍ୟତା ଜରୁରୀ।
କେମିିତି କରିରେ ରେଜିଷ୍ଟ୍ରର:
-ଏଥିପାଇଁ ପ୍ରଥମେ ଆପଣଙ୍କୁ ଆଗ କୋର୍ଟ କିମ୍ବା ନିକଟସ୍ଥ ନଗର ନିଗମରୁ ମିଳିଥିବା ଆଇନତଃ ମଞ୍ଜୁରି ପ୍ରମାଣ ପତ୍ରର ଏକ କପି ନେବାକୁ ହେବ।
– ଏହାପରେ ଆପଣଙ୍କୁ ଆୟକର ବିଭାଗ ର େଓ୍ଵବସାଇଟକୁ ଯିବାକୁ ହେବ। ସେଠାକୁ ଯାଇ ପ୍ରଥମେ ରେଜିଷ୍ଟ୍ରର କରାନ୍ତୁ। ଏହାର େଓ୍ଵବସାଇଟ ହେଉଛି https://www.incometax.gov.in/ ।
-ଏହାପରେ My Account କୁ ଯାଆନ୍ତୁ। ଏଥିରେ Register as legal heir ରେ କ୍ଲିକ କରନ୍ତୁ।
-ପରେ ନିଜକୁ ଆଇନତଃ ପିତାମାତାଙ୍କ ସନ୍ତାନ ରୂପେ ନିଜକୁ ରେଜିଷ୍ଟ୍ରର କରାନ୍ତୁ।
-ଏହାର କିଛି ଦିନ ପରେ ଆପଣଙ୍କୁ ଆୟକର ବିଭାଗ ରୁ ରେଜିଷ୍ଟ୍ରର୍ଡ ହୋଇଥିବାର ସୂଚନା ଆସିବ।
ଏବେ ଜାଣନ୍ତୁ ଆଇଟିଆର ପାଇଁ କିପରି କରିବେ ଆପ୍ଳାଏ:
– ଆଇନତଃ କାର୍ଯ୍ୟାନୁଷ୍ଠାନ କାମ ସରିଗଲେ ଆପଣ ମୃତ ବ୍ୟକ୍ତିଙ୍କଖାତା ରେ ଲଗଇନ କରିପାରିବେ।
– ଏହାପରେ ଆଇଟିଆର ଭରିବା ପରେ ଟାକ୍ସ ବିଭାଗ ସେହି ଖାତାକୁ ସ୍ଥାୟୀ ର ୂପରେ ବନ୍ଦ କରିଦେବ।
– ଏହି ପୂରା ପ୍ରକ୍ରିୟାରେ ଆପଣଙ୍କ ପାଖେ ମୃତ ବ୍ୟକ୍ତିଙ୍କ ମୃତୁ୍ୟୂ ପ୍ରମାଣ ପତ୍ର, ପାନ କାର୍ଡ, ଆଧାର କାର୍ଡ, ନିଜ ପାନ କାର୍ଡ ଓ ଆଧାର କାର୍ଡ ଏହାସହ ଆପଣ ତାଙ୍କ ପରିବାର ବୋଲି ଆଇନତଃ ପ୍ରମାଣ ପତ୍ର ନେବାକୁ ହେବ।
– ତେବେ ଆୟକର ରିଟର୍ଣ୍ଣ ଭରିବା ପରେ ରିଫଣ୍ଡ ମଧ୍ୟ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥାଏ।
– ଏହାପରେ ସେହି ବ୍ୟାଙ୍କରୁ ଟଙ୍କା ବାହାର କରିବା ପାଇଁ ଓ ତାକୁ ବନ୍ଦ କରିବା ପାଇଁ ସେହି ବ୍ୟାଙ୍କ ସହିତ ସମ୍ପର୍କ କରନ୍ତୁ।