ଜେଲ୍‌ରେ ବ୍ଲାକମେଲର ପତି-ପତ୍ନୀ : ସପ୍ତାହରେ ୧୫ ମିନିଟ ସାକ୍ଷାତ ପାଇଁ ଅନୁମତି

ଭୁବନେଶ୍ୱର, ୨୨/୧୦: ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଏବେ ଜେଲ୍‌ ଭିତରେ । ଜେଲ୍ ଭିତରେ ପତି-ପତ୍ନୀଙ୍କ ହେବ ଦେଖା ସାକ୍ଷାତ । ଜେଲ ମାନୁଆଲ ଅନୁଯାୟୀ ସପ୍ତାହରେ ଗୋଟିଏ ଦିନରେ ଦେଖା ହୋଇପାରିବ । ଜେଲ୍‌ରେ ପରିବାର ଲୋକଙ୍କ ପାଇଁ ୧୫ ମିନିଟ୍‌ର ଦେଖା ସାକ୍ଷାତ ବ୍ୟବସ୍ଥା ରହିଛି । କେବଳ ରବିବାର ଦିନ ହିଁ ଦେଖା ହେବାର ବ୍ୟବସ୍ଥା ରହିଛି ।

ଜେଲର ମହିଳା ୱାର୍ଡର ଓ କିଛି ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ହେବ ଦେଖା ସାକ୍ଷାତ । ଏବେ ଅର୍ଚ୍ଚନା ମହିଳା ୱାର୍ଡରେ ଥିବା ବେଳେ ଜଗବନ୍ଧୁ ପୁରୁଷ ୱାର୍ଡରେ ଅଛନ୍ତି ।