ଜଗତସିଂହପୁର ସହକାରୀ ଜିଲାପାଳ ନିଲମ୍ବିତ

0

ଭୁବନେଶ୍ବର,୧୯/୧୨ : ଜଗତସିଂହପୁର ସହକାରୀ ଜିଲାପାଳ ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିଲମ୍ବନ କରିଛନ୍ତି। କାର୍ଯ୍ୟରତ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ରାଜସ୍ବ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶ୍ରୀ ଲେଙ୍କା ଗତ ଏପ୍ରିଲ ମାସ ୧୦ତାରିଖରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଜିଲା ଅଭିଯୋଗ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲା। ଏହା ପରେ ଜଗତସିଂହପୁର ଠାରେ କାର୍ଯ୍ୟ କରୁଥିବା ପୂର୍ବତନ ଇମରଜେନ୍ସି ଅଫିସର ଉମେଶ ଲେଙ୍କାଙ୍କୁ ପାରାଦୀପ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ତତ୍କାଳୀନ ଜିଲାପାଳ ବଦଳି କରି ଦେଇଥିଲେ । ଆଜି ଏହି ଘଟଣାକୁ ନେଇ ରାଜସ୍ବ ମନ୍ତ୍ରୀ ସମ୍ପୃକ୍ତ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏଥି ସହିତ ତିନି ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଧିକାରୀ ଓ ଜଣେ ମହିଳା ମାର୍ସଲିଂ ଅଧିକାରୀଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.