ବଲାଙ୍ଗିର,୨୮/୧୦: କାର୍ତ୍ତୀକ ଶୁକ୍ଲପକ୍ଷ ତୃତୀୟା ନାଗ ଚତୁର୍ଥୀ ଅବସରରେ ଅରୁନ୍ଧତୀ ଫାଉଣ୍ଡେସନ୍ ତରଫରୁ ଆଜି ବଲାଙ୍ଗିର ସ୍ଥିତ ଲୋକନାଥ ମନ୍ଦିର ପରିସରରେ ଭକ୍ତବୃନ୍ଦଙ୍କ ନିମନ୍ତେ ନୂତନ ଯଜ୍ଞ ମଣ୍ଡପର ପ୍ରତିଷ୍ଠା ଉତ୍ସବ ଓ ଶୁଭ ଲୋକାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ, ଚଂଚଳ ରଣା(ଅଇ.ଏ.ଏସ୍) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯଜ୍ଞ ମଣ୍ଡପକୁ ଲୋକାର୍ପଣ କରିଥିଲେ । ଅରୁନ୍ଧତୀ ପରିବାରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗୌରାଙ୍ଗ ମେହେର, ସହଧର୍ମିଣୀ ଶ୍ରୀମତୀ ଲକ୍ଷ୍ମୀ ମେହେର, ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେରଙ୍କ ସହଧର୍ମିଣୀ ଶ୍ରୀମତୀ ସସ୍ମିତା ମେହେର ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ସହଧର୍ମିଣୀ ଶ୍ରୀମତୀ ଅରୁନ୍ଧତୀ ମେହେର ପ୍ରମୁଖ ଉପସ୍ଥିତି ରହିଥିଲେ । ଲୋକନାଥ ମନ୍ଦିର ପରିସରରେ ଦୀର୍ଘଦିନ ଧରି ଯଜ୍ଞ ମଣ୍ଡପ ଭକ୍ତବୁନ୍ଦଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା, ସେହି ଦୃଷ୍ଟିରୁ ଅରୁନ୍ଧତୀ ଫାଉଣ୍ଡେସନ୍ ତରଫରୁ ଏକ ପ୍ରମୁଖ ପଦକ୍ଷପ ନେଇ ଏକ ଯଜ୍ଞ ମଣ୍ଡପର ପ୍ରତିଷ୍ଠା କରାଯାଇଅଛି ।
ପ୍ରକାଶ ଥାଉକି, ସେବା ଉଦ୍ୟଶରେ ବଲାଙ୍ଗୀର ଜିଲ୍ଲା ହରିଶଙ୍କର ସ୍ଥିତ ବେଦର୍ହ ଗ୍ରାମରେ ଅରୁନ୍ଧତୀ ଫାଉଣ୍ଡେସନ୍ର ୫୦୦୦ ବର୍ଗଫୁଟ୍ ବିଶିଷ୍ଟ ଏକ କଲ୍ୟାଣ ମଣ୍ଡପର ଲୋକାପ୍ରିତ କରାଯାଇଛି ।
