ଜୟପୁର : ଜଣେ ପରିବା ବିକାଳୀ ରାତାରାତି କୋଟିପତି ହୋଇଯାଇଥିବାର ଖବର ଚର୍ଚ୍ଚାକୁ ଆସିଛି । କେତେବେଳେ କାହା ଭାଗ୍ୟ ଖୋଲିବ ତାହା ହିଁ ବିଧାତାଙ୍କୁ ଜଣା। ଚର୍ଚ୍ଚାର ପରିସରରେ ଥିବା ଜୟପୁର କୋଟପୁଟ ବାସିନ୍ଦା ଅମିତ ସେହରା ପେସାରେ ଜଣେ ପନିପରିବା ବିକାଳୀ । ସେ ଗତ ଦୀପାବଳିରେ ତାଙ୍କ ସାଙ୍ଗଠାରୁ ଟଙ୍କା ଋଣ ନେଇ ଏକ ଲଟେରି ଟିକେଟ କିଣିଥିଲେ। କାରଣ ଉକ୍ତ ପରିବା ବିକାଳୀଙ୍କ ଲଟେରି ଟିକେଟ ପ୍ରତି ଖୁବ ଦୁର୍ବଳତା ରହିଛି। ସେଥିପାଇଁ ପ୍ରତିବର୍ଷ ସେ ଲଟେରି ଟିକେଟ କିଣିଥାଆନ୍ତି। କିଛିଦିନ ତଳେ ଅମିତ ତାଙ୍କ ବନ୍ଧୁଙ୍କଠାରୁ ଟିକେଟ୍ କିଣିବା ପାଇଁ ୧,୦୦୦ ଟଙ୍କା ଋଣ ନେଇଥିଲେ । ଏଥର ଏହି ଟିକେଟ ଯେ ତାଙ୍କ ଭାଗ୍ୟ ବଦଳାଇବ ସେ ଜାଣିନ ନଥିଲା।

ସୂଚନାଯୋଗ୍ୟ, ପଞ୍ଜାବ ସରକାର ପ୍ରତିବର୍ଷ ଦୀପାବଳି ଅବସରରେ ୧୧ କୋଟି ଟଙ୍କାର ପ୍ରଥମ ପୁରସ୍କାର ସହିତ ଲଟେରି ବନ୍ଦୋବସ୍ତ କରିଥାଆନ୍ତି। ଅମିତ ସେହି ଲଟେରି ଟିକେଟ କିଣିଥିଲା ଏବଂ ସେ ଲଟେରୀ ଜିତିବା ପରେ ଖୁସିକୁ ବଖାଣି କହିଛନ୍ତି, ‘ମୋ ପାଖରେ ଲଟେରି କିଣିବା ପାଇଁ ଟଙ୍କା ନଥିଲା, କିନ୍ତୁ ଲଟେରି ଟିକେଟ ପ୍ରତି ମୋର ଖୁବ ଦୁର୍ବଳତା ଥିଲା। ତେଣୁ ମୁଁ ମୋର ଜଣେ ବନ୍ଧୁଙ୍କୁ ୧,୦୦୦ ଟଙ୍କା ସାହାଯ୍ୟ ମାଗିଥିଲି। ସେ ମୋତେ ୧.୦୦୦ ଟଙ୍କା ଦେଇଥିଲେ ଏବଂ ସେହି ୧୦୦୦ ଟଙ୍କାରେ ମୁଁ ଲଟେରି ଟିକେଟ କିଣିଥିଲି। ହଠାତ ମୋ ପାଖକୁ ଦିନେ ଫୋନ ଆସିଲା ମୁଁ ଲଟେରି ଜିତିଯାଇଛି। ୧୧ କୋଟି ଟଙ୍କାର ପୁରସ୍କାର ପାଇଁ ମୋତେ ନିମନ୍ତ୍ରଣ କରାଯାଇଛି। ଖୁସିରେ ମୋ ପାଦ ଆଉ ତଳେ ଲାଗି ନ ଥିଲା। ମୁ ଖୁସିରେ ଭଗବାନ ଓ ମୋ ବନ୍ଧୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଲି । ବନ୍ଧୁ ଜଣକ ମୋ କଥା ରଖି ୧,୦୦୦ଟଙ୍କା ସାହାଯ୍ୟ କରିଥିଲେ। ତାଙ୍କରି ସାହାଯ୍ୟ ପାଇଁ ମୁଁ ଆଜି କୋଟିପତି ହୋଇ ପାରିଛି। ତେଣୁ ତାଙ୍କୁ ୧.୦୦୦ ଟଙ୍କା ଫେରାଇବା ବଦଳରେ ୧ କୋଟି ଟଙ୍କା ଫେରାଇବାକୁ ସ୍ଥିର କରିଛି। ଏହି କଥାଟି ଏବେ ସାରା କୋଟପୁଟରେ ଚର୍ଚ୍ଚାର ବିଷୟ ହୋଇଛି ।