ଭୁବନେଶ୍ୱର, ୧୯/୦୪ : ଗର୍ଭବତୀ ନାବାଳିକା ଝିଅକୁ ଜିଅନ୍ତା ପୋଡ଼ି ମାରି ଦେଇଥିଲେ ମାମଲାରେ ବାପା-ମାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଲେ ଯାଜପୁର ଆଡହକ୍ ଫାଷ୍ଟଟ୍ରାକ କୋର୍ଟ। ୨୦୧୬ ମସିହା ଫେବୃଆରୀ ୧୪ ତାରିଖରେ ଯାଜପୁର ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ୧୫ବର୍ଷର ନାବାଳିକା ଗର୍ଭବତୀ ଝିଅକୁ ନିଜ ବାପା-ମା ପୋଡ଼ି ମାରିଦେବା ସହ ପ୍ରମାଣ ନଷ୍ଟ କରିଦେଇଥିଲେ। ଏହି ମାମଲାରେ ମୃତ ନାବାଳିକାଙ୍କ ବାପା-ମାଙ୍କୁ ଯାଜପୁର ଆଡହକ୍ ଫାଷ୍ଟଟ୍ରାକ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ୩୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଅଭିଯୁକ୍ତ ବାପା ନକୁଳ ଜେନା ଓ ମା ସଞ୍ଜୁ ଜେନାଙ୍କୁ ଆଜୀବନ ଜେଲ୍ ସହ ଦଶ ହଜାର ଟଙ୍କା ଜରିମାନା କରିଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି।