ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ : ଜଣେ ଯବାନ ଆହତ

0

ନୂଆଦିଲ୍ଲୀ, ୧୭/୦୩ : ଜମ୍ମୁ-କାଶ୍ମୀରର କୁପଓ୍ବାଡ଼ାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଉଭୟ ପାର୍ଶ୍ବରୁ ଗୁଳି ବିନିମୟ ଜାରି ରହିଛି । ତେବେ ଆତଙ୍କୀଙ୍କ ଗୁଳିମାଡ଼ରେ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଆଜି କୁପଓ୍ବାଡା ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବଳକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ । ଆର୍ମି, ଜମ୍ମୁ-କାଶ୍ମୀର ପୋଲିସ ଏବଂ ସ୍ପେଶାଲ ଅପରେସନ ଗ୍ରୁପର ସଂଯୁକ୍ତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପୂରା ଅଞ୍ଚଳକୁ ଘେରାବନ୍ଦୀ କରିଦେଇଥିଲେ । ଏହି ସମୟରେ ସେନା ଯବାନଙ୍କୁ ଦେଖି ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଏହାର ପାଲଟା ଜବାବ ଦେଇଥିଲା ସୁରକ୍ଷାବଳ । ମାତ୍ର ଏହି ଗୁଳି ବିନିମୟ ଭିତରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.