ନୂଆଦିଲ୍ଲୀ, ୨୩/୦୪ : ଜାମ୍ମୁ-କାଶ୍ମୀରରେ ଆତଙ୍କୀ ହମଲା ଘଟଣାରେ ଅନନ୍ତନାଗ ପୁଲିସ୍ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ହେଲ୍ପଲାଇନ୍ ନଂ ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦। ଏନଆଇଏ ଏହି ଘଟଣାର ତଦନ୍ତ କରିବ। ଆଜି ଏନଆଇଏ ଟିମ୍ ତଦନ୍ତ ପାଇଁ ପହଲଗାମ୍ ରେ ପହଞ୍ଚିବା ନେଇ ସୂଚନା ରହିଛି। ଗ୍ରୀଷ୍ମଛୁଟି କଟାଇବାକୁ ଯାଇ କାଶ୍ମୀରର ଅନ୍ୟତମ ନୈସର୍ଗିକ ଭରା ପର୍ଯ୍ୟଟନ ସ୍ଥଳ ପହଲଗାଓଁରେ ବୁଲୁଥିବାବେଳେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଭାରତ ଶାଖା ସଂଗଠନ ଦ ରେଜିଷ୍ଟାନ୍ସ ଫୋର୍ସ କାପୁରୁଷଙ୍କ ଭଳି ସେନା ଓ ପୁଲିସ ପୋଷାକର ଛଦ୍ମବେଶରେ ଆସି ନୀରିହ ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଆହତ ୧୦ ଜଣଙ୍କୁ ହେଲିକପ୍ଟର ଯୋଗେ ସେନା ଓ ପୁଲିସ କର୍ମୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଦୁଇ ବିଦେଶୀ ପର୍ଯ୍ୟଟକ ଆର୍ଜେଣ୍ଟିନା ଓ ଇଟାଲୀର ଥିବା ଜଣାପଡିଛି। ସେପଟେ ଆଜି ଦିଲ୍ଲୀରେ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ବସିବ । ଆତଙ୍କୀ ହମଲା ପରେ ପ୍ରଧାନମନ୍ତ୍ରୀ ଏହି ବୈଠକ ଡକାଇଛନ୍ତି। ହମଲା ବିରୋଧରେ କଠୋର ପଦକ୍ଷେପ ନିଆଯାଇପାରେ।