ପରଲୋକରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ, ଗତକାଲି ସାନ ପୁଅର ଦେହାନ୍ତ ହୋଇଥିଲା

ଭୁବନେଶ୍ୱର, ୨୦/୫: ବିଶିଷ୍ଟ ଶିଳ୍ପୀ ପଦ୍ମବିଭୂଷଣ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ବଡ଼ପୁଅଙ୍କ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଯଶୋବନ୍ତ ମହାପାତ୍ର । ଭୁବନେଶ୍ୱର ସମ୍‌ କୋଭିଡ଼ ମେଡିକାଲରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା ।

ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ଯଶୋବନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ବୁଧବାର ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ସମ୍‌ କୋଭିଡର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ୱେ ତାଙ୍କର ଆଜି ଦିନ ୧ ଘଟିକାରେ ତାଙ୍କର ମୃତ୍ୟୁ ଘଟିଛି ।

ରଘୁନାଥ ମହାପାତ୍ର ଏବଂ ସାନ ପୁଅ ପ୍ରଶାନ୍ତ ମହାପାତ୍ର

ଖବର ଅନୁଯାୟୀ, ୧୨ ଦିନ ତଳେ କୋଭିଡ୍‌ରେ ଆକ୍ରାନ୍ତ ହୋଇଛି ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଥିଲା । ରଘୁନାଥ ମହାପାତ୍ରଙ୍କ ୧୧ ଦିନରେ ସାନ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମ୍‌ସରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାନପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇଥିଲା । ତେବେ ଗତ ୧୨ ଦିନ ମଧ୍ୟରେ ଗୋଟିଏ ପରିବାରର ୩ଜଣ ଆଖିବୁଜିଛନ୍ତି ।