ସାଢେ ୪ ମାସ ପରେ ବାହୁବଲୀ ନେତା ଅନନ୍ତ ସିଂଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ, ୧୯/୦୩ : ଦୁଲାରଚନ୍ଦ ଯାଦବ ହତ୍ୟା ମାମଲାରେ ଜେଡିୟୁର ବାହୁବଳୀ ବିଧାୟକ ଅନନ୍ତ ସିଂଙ୍କୁ ପାଟନା ହାଇକୋର୍ଟରୁ ଜାମିନ ମିଳିଛି । ଅନନ୍ତ ସିଂ ଗତବର୍ଷ ବିହାର ବିଧାନସଭା ନିର୍ବାଚନ ସମୟରେ ହତ୍ୟାକାଣ୍ଡ ମାମଲାରେ ପାଟନା ବେଉର ଜେଲ ବନ୍ଦୀ ହୋଇ ରହିଥିଲେ । କୋର୍ଟ ବାହୁବଳୀ ବିଧାୟକଙ୍କ ଜାମିନ ଯାଚିକାକୁ ସ୍ବୀକାର କରି ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହତ୍ୟାକାଣ୍ଡ ୨୦୨୫ରେ ହୋଇଥିଲା । ମୋକାମାରେ ନିର୍ବାଚନୀ ପ୍ରଚାର ସମୟରେ ଜନସୁରଜ ପାର୍ଟିର ସମର୍ଥକ ଦୁଲାରଚନ୍ଦ ଯାଦବଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ପୋଲିସ ଅନନ୍ତ ସିଂଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା । ଏହାପୂର୍ବରୁ ନିମ୍ନ ଅଦାଲତ ଜାମିନ ଆବେଦନ ଖାରଜ କରିଦେଇଥିଲା, କିନ୍ତୁ ଏବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୨୦୨୫ ଅକ୍ଟୋବର ୩୦ ତାରିଖରେ ମୋକାମାର ଘୋସବରୀ ଥାନା ଅଞ୍ଚଳରେ ଦୁଲାରଚନ୍ଦ ଯାଦବଙ୍କୁ ହତ୍ୟା କରାଯାଇଥିଲା । ଦୁଲାରଚନ୍ଦ ଯାଦବ ଆରଜେଡିର ନେତା ଥିଲେ । ସେ ମୋକାମାରେ ଜନସୁରାଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ହତ୍ୟା ଅଭିଯୋଗ ଅନନ୍ତ ସିଂଙ୍କ ଉପରେ ଲାଗିଥିଲା । ନିର୍ବାଚନ ପ୍ରକ୍ରି ଭିତରେ ନଭେମ୍ବର ୧ ରାତିରେ ଅନନ୍ତ ସିଂଙ୍କୁ ପୋଲିସ ଗିରଫ କରିଥିଲା । ସାଢେ ୪ ମାସ ପରେ ଅନନ୍ତ ସିଂଙ୍କୁ ଜାମିନ ମିଳିଛି ।