ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ : ଓଡ଼ିଶାରୁ ଓମ୍ ପ୍ରକାଶ ବେହେରା ଟପ୍ପର

0

ନୂଆଦିଲ୍ଲୀ,୧୯/୦୪: ଆଜି ଜେଇଇ ମେନ ଫଳାଫଳ ପ୍ରକାଶ ପାଇଛି । ଏନଟିଏ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ୨୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖିଛନ୍ତି । ସେମାନଙ୍କ ମଧ୍ୟରେ ୨୨ଜଣ ଛାତ୍ର ଓ ୨ଜଣ ଛାତ୍ରୀ ରହିଛନ୍ତି । ଓଡ଼ିଶାରୁ ଓମ୍ ପ୍ରକାଶ ବେହେରା ଟପ୍ପର ହୋଇଛନ୍ତି । ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷା ଫଳ ବର୍ତ୍ତମାନ ସିଧାସଳଖ ଏନଟିଏର ୱେବସାଇଟ Jeemain.nta.nic.inରେ ଦେଖିପାରିବେ । ପ୍ରକାଶିତ ରେଜଲ୍ଟରେ ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ଅର୍ଥାତ ୩୦୦ରୁ ୩୦୦ ମାର୍କ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ରାଜସ୍ଥାନରୁ ସର୍ବାଧିକ ୭ ଜଣ ଟପ୍ପର ହୋଇଛନ୍ତି । ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରୁ ୪ ଜଣ, ଉତ୍ତରପ୍ରଦେଶରୁ ୩ଜଣ, ପଶ୍ଚିମବଙ୍ଗରୁ ୨ଜଣ ଏବଂ ଗୁଜରାଟ, ଦିଲ୍ଲୀ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଜଣେ ଲେଖାଏଁ ଛାତ୍ରଛାତ୍ରୀ ରହିଛନ୍ତି । ଟପ୍ପରଙ୍କ ମଧ୍ୟରେ ଦୁଇଜଣ ଛାତ୍ରୀ ରହିଛନ୍ତି । ପଶ୍ଚିମବଙ୍ଗର ଦେବଦତ୍ତ ମାଝୀ ଓ ଆନ୍ଦ୍ରପ୍ରଦେଶରୁ ସାଇ ମାନୋଗନା ଗୁଠିକୋଣ୍ଡା ରହିଛନ୍ତି । ପରୀକ୍ଷାରେ EWS ବର୍ଗ ପରୀକ୍ଷାର୍ଥୀଙ୍କ ପାଇଁ ୮୦. ୩୮ କଟ୍‌ଅଫ୍ ରହିଛି । ସେହିପରି ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୭୯.୪୩ କଟଅଫ୍ ଥିବାବେଳେ ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ଯଥାକ୍ରମେ ୬୧.୧୫ ଓ ୪୭.୯୦ କଟ୍‌ଅଫ୍ ରହିଥିଲା । ଏପ୍ରିଲ ୨ରୁ ୯ ଯାଏ ଜେଇଇ ମେନ୍‌ର ଦ୍ବିତୀୟ ସେସନ୍‌ ହୋଇଥିଲା । ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ଆଇଆଇଟି ପରି ଉଚ୍ଚ ଶିକ୍ଷା ସଂସ୍ଥାରେ ପଢିବାକୁ ହେଲେ ଜେଇଇ ମେନ୍ ପରୀକ୍ଷା ଦେବାକୁ ପଡିଥାଏ ।

Leave A Reply

Your email address will not be published.