ଗୁରୁତର ଦଳିତ ମହିଳାଙ୍କ ପରିବାରକୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା ସର୍ବ ଭାରତୀୟ ଦଳିତ ମହିଳା ଅଧିକାର ମଞ୍ଚ

ଭୁବନେଶ୍ୱର,୯ /୩: ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଂଚଳ ଝରଣା ସାହିରେ ଛୋଟୁ ଲାଲ ବେଶ୍ରା ଛୋଟ ଦୋକାନଟି କରି ସପରିବାର ରହିଆସୁଥିଲେ l ବେଶ୍ରା ପରିବାର ସୁଦୂର ଝାରଖଣ୍ଡ ରୁ ଆସି ସ୍ଥାନୀୟ ଅଂଚଳରେ ଛୋଟ ଗ୍ରୋସରୀ ଦୋକନକରି ପେଟ ପୋଷୁ ଥିବାରୁ ପାଖ ପଡୋଶୀ ଅନେକ ସମୟରେ ଇର୍ଷାନ୍ୱିତ ହୋଇଥାନ୍ତି l କେତେବେଳେ କେମିତି ଦୋକାନ ବାକି ମାଗିଲେ ଖଳ ପ୍ରକୃତିର ପଡୋଶୀ ମାନେ କଳି କଜିଆ କରିଥାନ୍ତି l ଏହି ଭାବେ ଝରଣା ସାହିର ଚଣ୍ଡୀ ନାୟକ ଙ୍କ ପରିବାର ର ଗ୍ରୁପ ଲୋନ ସୁଝିବାକୁ ଛୋଟୁ ଲାଲ ପରିବାରକୁ ଚାପ ପକାଉଥିଲେ l ମାତ୍ର ସେଥିରେ ଛୋଟୁ ଲାଲ ଦମ୍ପତି ରାଜି ନହେବାରୁ ଚଣ୍ଡୀ ନାୟକ ପରିବାର କ୍ରୋଦ୍ଧାନ୍ୱିତ ହୋଇ ଫେବୃୟାରୀ 10 ତାରିଖ ରାତ୍ରିରେ ପାଟିତୁଣ୍ଡ ଆରମ୍ଭ କରିଥିଲେ l ଏପରିକି ପାଟିତୁଣ୍ଡ ରେ ଉତ୍ତକ୍ଷିପ୍ତ ହୋଇ ଚଣ୍ଡୀନାୟକଙ୍କ ସମ୍ପର୍କୀୟ ସୁକାନ୍ତ ବିଳମ୍ବିତ ରାତ୍ରିରେ ଛୁରୀ ଧରି ଛୋଟୁ ଲାଲ ଙ୍କ ଘରକୁ ପଶି ଯାଇ ଛୋଟୁକୁ ମରଣାତ୍ମକ ଆକ୍ରମଣ କରିଥିଲେ l ତାଙ୍କର ପତ୍ନୀ କବିତା ବେଶ୍ରା ଏଥିରେ ବାଧା ଦେବାରୁ ଆକ୍ରମଣକାରି ସମାନ ଭାବେ ମହିଳାଙ୍କୁ ଆକ୍ରମଣ କରି ଗୁରୁତର କରିଦେଇଥିଲେ l ଏସବୁ ଘଟଣା ଦେଖି ଝିଅ ତବିସା ବେଶ୍ରା ଭୟଭୀତ ହୋଇ ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ମଞ୍ଚେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ମୁର୍ମୁଷ ଛୋଟୁ ଓ ଗୁରୁତର କବିତାଙ୍କୁ ହସ୍ପିଟାଲ ନେଇଯାଇଥିଲେ l ମାତ୍ର ଡାକ୍ତର ଛୋଟୁ କୁ ତତକ୍ଷଣାତ ମୃତ ଘୋଷଣା କରିବା ସହିତ ଗୁରୁତର କବିତାକୁ ଚିକିତ୍ସା କରିଥିଲେ l

ଯାହାନେଇ କବିତା ହସ୍ପିଟାଲ ରେ ଏପର୍ଯ୍ୟନ୍ତ କ୍ଷତାକ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି l ସେପଟେ ଝିଅ ତବିସା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାପରେ ପୋଲିସ ଅଧିନିୟମ 1860ରେ 302,324,307ଧାରାରେ 48ନଂ କେଶରୁଜୁ କରି ଚୁପ ହୋଇ ବସିଛି l ଦଳିତ ଗୁରୁତର ମହିଳାଙ୍କୁ ଚିକିତ୍ସା ଓ ନ୍ୟାୟିକ ସହଯୋଗ ମିଳିବାରେ ବିଳମ୍ବ ହେବାରୁ ସର୍ବ ଭାରତୀୟ ଦଳିତ ମହିଳା ଅଧିକାର ମଞ୍ଚର କର୍ମକର୍ତ୍ତା ମାନେ ଅଂଟାଭିଡ଼ିଛନ୍ତି l ଏନେଇ ସର୍ବଭାରତୀୟ ଦଳିତ ମହିଳା ଅଧିକାର ମଞ୍ଚର ଗୋଟିଏ ଟିମ ଝାନସୀ ସିଂ ଙ୍କ ନେତୃତ୍ୱରେ ରାଜ୍ୟ ମହିଳା କମିଶନର, ପୋଲିସ ପ୍ରଶାସନ କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି l ଆହୁରି ମଧ୍ୟ ଅଭିଯୋଗରେ ଦଳିତ ମଞ୍ଚର କର୍ମକର୍ତ୍ତା ମାନେ ପୀଡ଼ିତାଙ୍କ ପରିବାର ସୁରକ୍ଷା, ପୁନଃ ଏସସି /ଏସଟି ଆକ୍ଟରେ ମାମଲା ରୁଜୁ କରିବା,ଉପଯୁକ୍ତ କ୍ଷତିପୂରଣ ଦେବାସହିତ ତୁରନ୍ତ ଦୋଷୀ ମାନଙ୍କୁ ଗିରଫ କରିବାକୁ ଦାବିରଖିଛନ୍ତି l ସେହିପରି ରାଜ୍ୟରେ ଦଳିତ ମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ସରକାର ବିଫଳ ହେବାରେ ପ୍ରଶାସନିକ କଳର ଅବହେଳା ହିଁ ମୁଖ୍ୟ କାରଣ ବୋଲି ଦାୟୀ କରିଛନ୍ତି l