ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ପାଇଖାନା ଟାଙ୍କିରୁ ମିଳିଲା ଗୋପାଳଙ୍କ ହାତଲେଖା କାଗଜ

ଝାରସୁଗୁଡ଼ା, ୨/୨ : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ ରଚିସାରିଥିଲେ ଷଡ଼ଯନ୍ତ୍ର । ଆଉ ହାତରେ ହତ୍ୟାର ବ୍ଲୁପ୍ରିଣ୍ଟ ଧରି ବୁଲୁଥିଲେ ଗୋପାଳ ଦାସ। ଆଉ ଏହାରି ଭିତରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ କାଗଜ । କୁହାଯାଉଛି ଯେ, ପ୍ରଥମେ ୧୫ ଖଣ୍ଡ, ପରେ ୫ ଖଣ୍ଡ କାଗଜ ଖଣ୍ଡ ମିଳିଛି। ଏହି କାଗଜ ଖଣ୍ଡ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କରୁ ମିଳିଛି। ଏହି କାଗଜକୁ ଗୋପାଳ ଦାସ ନିଜ ପକେଟରେ ଧରି ବୁଲୁଥିଲା। ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏହି କାଗଜରେ ସେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି।

କୁହାଯାଉଛି ଯେ, ପ୍ରଥମେ ୧୫ ଖଣ୍ଡ, ପରେ ୫ ଖଣ୍ଡ କାଗଜ ଖଣ୍ଡ ମିଳିଛି। ଏହି କାଗଜ ଖଣ୍ଡ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କରୁ ମିଳିଛି । ଏହି କାଗଜକୁ ଗୋପାଳ ଦାସ ନିଜ ପକେଟରେ ଧରି ବୁଲୁଥିଲା। ଗତକାଲି ରାତିରୁ ପୁଲିସ ଏହି କାଗଜ ପାଇବା ଲାଗି ଚେଷ୍ଟା ଚଳାଇଥିଲା। ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏହି କାଗଜରେ ସେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି । ନବଙ୍କୁ ହତ୍ୟା ପଛର ସମସ୍ତ ପ୍ରମାଣକୁ ଉଡ଼ାଇ ଦେବା ଲାଗି ଗୋପାଳ ଦାସ ଉଦ୍ୟମ କରିଥିଲେ। ହେଲେ ଶତ ପ୍ରତିଶତ ସଫଳ ହୋଇପାରିନାହାନ୍ତି।

SBI AD