ଝାରସୁଗୁଡ଼ା,୧୨ /୧: ଆଜିଠାରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ ହୋଇଛି। ଆଜି ସ୍ପାଇସଜେଟ ସକାଳ ୧୦.୩୦ଟାରେ ମୁମ୍ବାଇରୁ ଉଡାଣ ଭରିଥିବା ବୋଇଂ ୭୩୭ ଝାରସୁଗୁଡ଼ାରେ ୧୨.୩୦ ରେ ପହଞ୍ଚି ଥିଲା। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଏଥିପାଇଁ ବ୍ୟାପକ ସ୍ୱାଗତ ବ୍ୟବସ୍ଥା କରାଯାଇଥିଲା। ବିମାନକୁ ରନୱେରେ ୱାଟର ସାଲୁଟ ଦିଆ ଯାଇଥିଲା।

ବିମାନରେ ମୁମ୍ବାଇରୁ ଆସିଥିବା ଯାତ୍ରୀ ଓ ବେଙ୍ଗାଲୁର ଅଭିମୁଖେ ଯାଉଥିବା ଯାତ୍ରୀଙ୍କୁ ବିମାନ ବନ୍ଦର ପକ୍ଷରୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସ୍ୱାଗତ କରାଯାଇଥିଲା। ବିମାନ ବନ୍ଦରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନୀତିଶ ଗଙ୍ଗଦେଵ, ବିଧାୟକ କିଶୋର ମହାନ୍ତି, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ, ଏସପି ବିକାଶ ଦାଶ, ଏୟାରପୋର୍ଟ ନିର୍ଦେଶକ କିଶୋର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।