କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ କରିବାକୁ ପଡ଼ିବନି ସର୍ଜରୀ, ଆପଣାନ୍ତୁ ଏହି ଘରୋଇ ଉପଚାର

0

ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡ୍‌ନୀ। ଆଜିକାଲି କିଡ୍‌ନୀରେ ଷ୍ଟୋନ ବା ପଥର ହେବା ଏକ ସାଧାରଣ ରୋଗ ହୋଇଗଲାଣି। ଏହି ଷ୍ଟୋନ୍‌ ମଟର ମଞ୍ଜି ଆକାରର କିମ୍ବା ବଡ଼ ମଧ୍ୟ ହୋଇଥାଏ। ଅଧିକାଂଶ ଲୋକ ଅପରେସନ କରି କିଡ୍‌ନୀରୁ ଷ୍ଟୋନ୍‌ ବାହାର କରି ଦେଇଥାନ୍ତି। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ଅବଲମ୍ବନ କଲେ ଆଉ ସର୍ଜରୀ କରିବାକୁ ପଡ଼ିବ ନାହିଁ।

କିଡ୍‌ନୀରେ ଷ୍ଟୋନ୍‌ ହୋଇଥିବା ଲକ୍ଷଣ : କିଡ୍‌ନୀରେ ଷ୍ଟୋନ୍‌ ବା ପଥର ହେଲେ ଓଜନ କମିଯିବା, ଜ୍ୱର ଲାଗି ରହିବା, ପେଟରେ ଦରଜ ହେବା, ପରିସ୍ରା କରିବାବେଳେ କଷ୍ଟ ଅନୁଭବ କରିବା, ନର୍ଭସନେସ୍‌ ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ।

ପ୍ରଚୁର ପାଣି ପିଅନ୍ତୁ : ପାଣି ହେଉଛି ଜୀବନ। ଏହା ହାଇଡ୍ରେସନକୁ ନିୟନ୍ତ୍ରଣ କରିଥାଏ। ପାଣି ହଜମ ପ୍ରକ୍ରିୟାକୁ ତୀବ୍ର କରିଥାଏ। ତେଣୁ ପ୍ରତିଦିନ ୭-୮ ଗ୍ଲାସ ପାଣି ପିଇବା ଜରୁରୀ।

ଲେମ୍ବୁପାଣି : କିଡ୍‌ନୀରୁ ଷ୍ଟୋନ ବାହାର କରିବାରେ ଲେମ୍ବୁରସ ବେଶ୍‌ ଉପଯୋଗୀ। ଲେମ୍ବୁପାଣି ଲୁବ୍ରିକାଣ୍ଟ ପରି କାମ କରିଥାଏ। ତେଣୁ ବିନା କୌଣସି ଜଳାପୋଡ଼ାରେ ଷ୍ଟୋନ ପରିସ୍ରା ଜରିଆରେ ବାହାରି ଯାଇଥାଏ।

ଡାଳିମ୍ବରସ : ଏଥିରେ ପୋଷକତତ୍ତ୍ୱ ଭରପୂର ହୋଇ ରହିଛି। ଏହା ଏକ ସ୍ବାସ୍ଥ୍ୟବର୍ଦ୍ଧକ ଫଳ। ଡାଳିମ୍ବରସ ସବୁଠୁ ଭଲ ପ୍ରାକୃତିକ ଉପାୟ। ଏହାର ରସ ପିଇଲେ କିଡ୍‌ନୀରୁ ଷ୍ଟୋନ୍‌ ପ୍ରାକୃତିକ ଉପାୟରେ ବାହାରି ଯାଇଥାଏ।

କୋଳଥ : କୋଳଥ ଡାଲିକୁ ରାତିରେ ଭିଜାଇ ଏହାର ପାଣି ସକାଳୁ ଛାଣି ପିଇଲେ ଏହା କିଡ୍‌ନୀ ପାଇଁ ପ୍ରାକୃତିକ ଅବ୍ୟର୍ଥ ଭାବେ କାମ କରିଥାଏ।

ଅଙ୍ଗୁରରସ : ଏଥିରେ ପୋଟାସିୟମ, ଲବଣ ଏବଂ ପାଣି ଆବଶ୍ୟକ ପରିମାଣର ରହିଛି। ତେଣୁ ଅଙ୍ଗୁର ରସ ପିଇଲେ କିଡ୍‌ନୀରେ ଷ୍ଟୋନ୍‌ ହେବାର ଆଶଙ୍କା ନ ଥାଏ।

SBI AD
Leave A Reply

Your email address will not be published.