ଦଲିଆ ଖାଆନ୍ତୁ, ହୃତ୍‌ପିଣ୍ଡକୁ ସୁସ୍ଥ ରଖନ୍ତୁ

0

ଦିିନର ଆରମ୍ଭ ଯଦି ଗୋଟିଏ ଗିନା ଦଲିଆରୁ ଆରମ୍ଭ ହୁଏ, ତେବେ ହୃତ୍‌ପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ବ୍ରିଟେନ୍‌ ସ୍ଥିତ ନ୍ୟୁ କ୍ୟାସଲ୍‌ ୟୁନିଭର୍ସିଟିରେ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକମାନେ ମାନବ ସ୍ବାସ୍ଥ୍ୟ ଉପରେ ନିୟମିତ ଖାଦ୍ୟର ସକାରାମତ୍କ ପ୍ରଭାବ ଆକଳନ କରିବାକୁ ଯାଇ ଏହି ନିଷ୍କର୍ଷରେ ପହଞ୍ଚତ୍ଛନ୍ତି। ଗବେଷକଙ୍କ ଅନୁସାରେ, ଦଲିଆ ଫାଇବର୍‌ର ଉତ୍ତମ ସ୍ରୋତ। ଏହି ଫାଇବର୍‌ ପାକସ୍ଥଳୀରେ ଏକ ଗାଢ଼ ଜେଲ୍‌ ଆକାରର ରୂପ ନେଇଥାଏ। ଯାହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରିଲା ପୂରିଲା ଅନୁଭବ କରାଇଥାଏ। ଏହା ପାଚନ କ୍ରିୟାକୁ ସୁଚାରୁରୂପେ କାର୍ଯ୍ୟକ୍ଷମ କରିବା ସହ ଏନ୍‌ଜାଇମ୍‌ ଉପତ୍ାଦନ ମଧ୍ୟ ବଢ଼ାଇଥାଏ। କେବଳ ସେତିକି ନୁହେଁ, ଏହା ବ୍ୟାଟ୍ରିକ୍‌ ଏସିଡ୍‌ ସମେତ ଅନ୍ୟ ଅମ୍ଳର ନିର୍ମାଣ କରିଥାଏ। ରୋଗପ୍ରତିରୋଧକ ତନ୍ତ୍ରକୁ ମଜଭୁତ୍‌ କରିବା ସହ ଭଲ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବୃଦ୍ଧି କରେ। ତେବେ ଗବେଷକଙ୍କ ଅନୁସାରେ, ଦଲିଆରେ ଚିନି ପରିବର୍ତ୍ତେ ମହୁର ଉପଯୋଗ ସବୁଠୁ ଉତ୍ତମ ରହିଥାଏ।

 

SBI AD
Leave A Reply

Your email address will not be published.