ରିଏଲାନ୍ସ ଜିଓର ଲାଭରେ ୨୮ ପ୍ରତିଶତ ବୃଦ୍ଧି, ରେଭେନ୍ୟୁ ସହିତ ମାର୍ଜିନ ବଢିଛି

ନୂଆଦିଲ୍ଲୀ,୨୧/୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଟେଲିକମ୍ କମ୍ପାନି ତ୍ରୈମାସିକ ପରିଣାମ ଜାରି କରିଛି । ଏହି ତ୍ରୈମାସରେ ଜିଓ ୪,୫୧୮ କୋଟି ଟଙ୍କା ଶୁଦ୍ଧ ଲାଭ (ନେଟ୍ ପ୍ରଫିଟ୍) କରିଛି । ପ୍ରଥମ ତ୍ରୈମାସ ଅର୍ଥାତ ଏପ୍ରିଲରୁ ଜୁନ ଅବଧି ତୁଳନାରେ ୪ ପ୍ରତିଶତ ବୃଦ୍ଧି ଘଟିଛି । ଗୋଟିଏ ବର୍ଷ ପୂର୍ବେ ଜୁଲାଇରୁ ସେପ୍ଟେମ୍ୱର ଅବଧିରେ କମ୍ପାନିର ଲାଭ ୩୫୨୪ କୋଟି ଟଙ୍କା ଥିଲା । ଏହିପରି କମ୍ପାନିର ଲାଭରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି । ସେପ୍ଟେମ୍ୱର ତ୍ରୈମାସରେ ରିଲାଏନ୍ସ ଜିଓର ମାର୍ଜିନ ୯୦ ବେସିସ ପଏଣ୍ଟ ବଢି ୫୧ ପ୍ରତିଶତ ହୋଇଥିଲା, ଜୁନ ତ୍ରୈମାସରେ ଏହା ୫୦.୧ ପ୍ରତିଶତ ଥିଲା।

ରିଲାଏନ୍ସ ଜିଓ ସେପ୍ଟେମ୍ୱର ତ୍ରୈମାସରେ ୨୨,୫୨୧ କୋଟି ଟଙ୍କାର ଆୟ କରିଛି । ଏହା ଜୁନ ତ୍ରୈମାସର ୨୧,୮୭୩ କୋଟି ଟଙ୍କା ଠାରୁ ସାମାନ୍ୟ ୩ ପ୍ରତିଶତ ଅଧିକ । ଅନ୍ୟପଟେ ଇବିଟା (EBITA) ୧୧,୪୮୯ କୋଟି ଟଙ୍କା ରହିଛି, ଜୁନ ତ୍ରୈମାସରେ ଏହା ୧୦,୯୬୪ କୋଟିରୁ ୪.୮ ପ୍ରତିଶତ ଅଧିକ ରହିଛି ।

ଏହି ତ୍ରୈମାସିକ ପରିଣାମ ଏପରି ସମୟରେ ଆସିଛି ଯେତେବେଳେ ଚଳିତ ମାସ ଆରମ୍ଭରେ ଜିଓ ଚାରୋଟି ସହର ମୁମ୍ୱାଇ, ଦିଲ୍ଲୀ, କୋଲକାତା ଏବଂ ବାରାଣସୀରେ ନିଜର ୫ଜି ସେବାର ବିଟା ପରୀକ୍ଷଣ ଆରମ୍ଭ କରିଛି । ୟୁଜର୍ସଙ୍କୁ ୧ ଜିପିପିଏସ ପ୍ଲାସ ସ୍ପିଡ୍ ସହ ଅନଲିମିଟେଡ୍ ୫ଜି ଡାଟା ମିଳିବ।

SBI_Festive_Digital Billboard