କୋଲକାତା, ୧୯/୧୨ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଦଳ ଭିତରେ ଗୋଷ୍ଠି କନ୍ଦଳ ଜାରି ରହିଛି। ନେତାଙ୍କ ଇସ୍ତଫା ଦେବା ପ୍ରକ୍ରିୟା ବିରାମର ନାମ ନେଉନାହିଁ । ଦଳ ବର୍ତ୍ତମାନ ଏହି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରୁଛି । ଏଭିତରେ କ୍ଷମା ପ୍ରାର୍ଥନା କରି ଜିତେନ୍ଦ୍ର ତିୱାରୀ ଦଳକୁ ଫେରିଛନ୍ତି ବୋଲି ସୂଚନା ମିଳିଛି ।
Kolkata: Former TMC Asansol district Chief Jitendra Tiwari meets West Bengal Minister & TMC leader Aroop Biswas; says, “I’m with TMC & will apologise to Chief Minister Mamata Banerjee.”
Jitendra Tiwari had tendered his resignation from post of TMC Asansol dist chief on Dec 17. pic.twitter.com/1IrvuPY0ch
— ANI (@ANI) December 18, 2020
ମମତା ସରକାରରେ ମନ୍ତ୍ରୀ ଅରୁପ ବିଶ୍ୱଙ୍କୁ ଭେଟିବା ପରେ ତିୱାରୀ କହିଛନ୍ତି ଯେ, ମୁଁ ଟିଏମସି ସହିତ ଅଛି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବି। କୁହାଯାଉଛି ଯେ ସେ ଅରୁପ ବିଶ୍ୱାସ ଏବଂ ପ୍ରଶାନ୍ତ କିଶୋରଙ୍କୁ ଭେଟିବା ପରେ ସେ ୟୁ-ଟର୍ଣ୍ଣ ନେଇଛନ୍ତି। ସୂଚନାନୁସାରେ, ତିୱାରୀଙ୍କ ବିଜେପିରେ ପ୍ରବେଶକୁ ପ୍ରବଳ ବିରୋଧ କରୁଥିଲେ ସାଂସଦ ବାବୁଲ ସୁପ୍ରିଓ । ଗତ ଗୁରୁବାର ଦିନ ବିଧାୟକ ଜିତେନ୍ଦ୍ର ତିଓ୍ବରୀ ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିଲେ ।