ଆଜି ରୋଜଗାର ମେଳାରେ ୨୩୪ ଜଣଙ୍କୁ ନିଯୁକ୍ତି ପତ୍ର ଦେବେ ଧର୍ମେନ୍ଦ୍ର ପ୍ରଧାନ 

ଭୁବନେଶ୍ୱର ୧୩/୦୪:  ସାରା ଦେଶରେ ରୋଜଗାର ମେଳା ଅନୁଷ୍ଠିତ ହେବ ଆଜି । ଏହି ମେଳାରେ ୭୧ ହଜାର ଯୁବକଯୁବତୀଙ୍କୁ ମିଳିବ ନିଯୁକ୍ତି ପତ୍ର । ଓମଫେଡ୍‌ ଛକରେ ଥିବା ରେଳ ଅଡିଟୋରିୟମରେ ହେବାକୁ ଥିବା ରୋଜଗାର ମେଳାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି  କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ୨୩୬ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ।

ସେହିପରି କଟକରେ ହେବାକୁ ଥିବା କାର୍ଯ୍ୟକ୍ରମରେ ୨୦୪ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ପୂର୍ବତଟ ରେଳପଥ ଅଧୀନରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ନିଯୁକ୍ତି ମେଳାରେ ସମୁଦାୟ ୨୬୯୭ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ୬୩୦ ଜଣଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ଏବଂ ୨୦୬୭ ଜଣଙ୍କୁ ଇ-ମେଲରେ ନିଯୁକ୍ତି ପତ୍ର ଦିଆଯିବ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ସମ୍ୱୋଧିତ କରିବେ ।  ନବନିଯୁକ୍ତ କର୍ମଚାରୀମାନେ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

SBI AD