ମର୍ଣ୍ଣିଂ ୱାକ୍ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରି ଲୁଟ

ଭୁବନେଶ୍ବର, ୧/୧୦: ମର୍ଣ୍ଣିଂ ୱାକ୍ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରି ଲୁଟ୍ । ଆହତ ସାମ୍ବାଦିକ ହେଲେ ଦୈନିକ ଖବରକାଗଜ ‘ସମୟ’ ର ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ । ତାଙ୍କୁ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ ୟୁନିଟ୍ ୮ ଅଞ୍ଚଳର ଡେଲଟା ଛକରେ ମର୍ଣ୍ଣିଂ ୱାକ୍ କରୁଥିଲେ । ସେହି ସମୟରେ ୨ ଜଣ ଲୁଟେରା ତାଙ୍କ ନିକଟକୁ ଆସିଥିଲେ । ସତ୍ୟ ସୁନ୍ଦରଙ୍କୁ ଲୁଟେରା ଦୁଇ ଜଣ ଆକ୍ରମଣ କରିଥିଲେ । ସାମ୍ବାଦିକଙ୍କ ମୋବାଇଲ ଛଡାଇବାକୁ ଉଦ୍ୟମ କରିଥିଲେ । ଫଳରେ ସାମ୍ବାଦିକ ଜଣଙ୍କ ବିରୋଧ କରିବାରୁ ତାଙ୍କ ମୁଣ୍ଡକୁ ଲୁହା ରଡ୍ ରେ ପିଟି ଦେଇଥିଲେ । ତେବେ ଲୁଟେରା ଦୁଇ ଜଣ ସାମ୍ବାଦିକଙ୍କ ମୋବାଇଲ୍ ଲୁଟ୍ କରି ନେଇଯାଇଛନ୍ତି । ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ମହଲରେ ଦାବି ହୋଇଛି ।