ନୂଆଦିଲ୍ଲୀ,୧୩ /୧୨ : ବିଜେପି ସଭାପତି ଜେପି ନଡ୍ଡା କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଆଜି ସେ ଟ୍ଵିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଟ୍ଵିଟ୍ କରି ସେ ଲେଖିଛନ୍ତି, “କରୋନା ଲକ୍ଷଣ ଦେଖାଯିବା ପରେ ମୁଁ ପରୀକ୍ଷା କରାଇଥିଲି ଓ ତାହା ପିଜିଟିଭ ବାହାରିଥିଲା । ମୁଁ ଏବେ ସୁସ୍ଥ ଅନୁଭବ କରୁଛି, କିନ୍ତୁ ଡାକ୍ତରଙ୍କ ଅନୁରୋଧକ୍ରମେ ମୁଁ ଏକାନ୍ତବାସରେ ରହୁଛି । ମୁଁ ମଧ୍ୟ ସବୁ କରୋନା ନିୟମ ପାଳନ କରୁଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତୁରନ୍ତ ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି” ।