ନୂଆଦିଲ୍ଲୀ, ୧୬/୦୪ : ଦେଶର ପରବର୍ତ୍ତୀ ସିଜେଆଇ ହେବେ ଜଷ୍ଟିସ୍ ବି.ଆର. ଗଭାଇ । ମେ ୧୪ରେ ଦେଶର ପରବର୍ତ୍ତୀ ସିଜେଆଇ ଭାବରେ ଶପଥ ନେବେ ବି.ଆର ଗଭାଇ । ବର୍ତ୍ତମାନର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ୧୩ ମେରେ ଶେଷ ହେବ । ଆଇନ ମନ୍ତ୍ରଣାଳୟକୁ ସୁପାରିଶ ପାଇଁ ପଠାଇଲେ ସିଜେଆଇ ସଞ୍ଜିବ ଖାନ୍ନା । ସୁପ୍ରିମକୋର୍ଟର ପରବର୍ତ୍ତୀ ସିଜେଆଇ ଲାଗି ଜଷ୍ଟିସ୍ ଗଭାଇଙ୍କ ନାମକୁ ସିଜେଆଇ ସଞ୍ଜିବ ଖାନ୍ନା ଆଇନ ମନ୍ତ୍ରଣାଳୟକୁ ପଠାଇଥିଲେ । ଜଷ୍ଟିସ ଗଭାଇଙ୍କ ନାମରେ ବାଜିଛି ମୋହର । ଜଷ୍ଟିସ ଗଭାଇଙ୍କ ପୁରା ନାମ ଭୂଷଣ ରାମକ୍ଷ୍ଣ ଗଭାଇ । ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କ ପରେ ସୁପ୍ରିମକୋର୍ଟ ସବୁଠାରୁ ବରିଷ୍ଠ ବିଚାରପତି ହେବେ ଗଭାଇ । ଜଷ୍ଟିସ୍ ଗଭାଇ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ଜଷ୍ଟିସ ଗଭାଇ ୧୪ ନଭେମ୍ବର ୨୦୦୩ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନ୍ୟାୟିକ କ୍ୟାରିୟର ଆରମ୍ଭ କରିଥିଲେ । ୧୨ ନଭେମ୍ବର ୨୦୦୫ରେ ସ୍ଥାୟୀ ବିଚାରପତି ହୋଇଥିଲେ । ୧୫ ବର୍ଷରୁ ଅଧିକ ସମୟ ପାଇଁ ମୁମ୍ବାଇ, ନାଗପୁର, ଔରଙ୍ଗାବାଦ ଓ ପାଣାଜୀରେ ବେଞ୍ଚଗୁଡ଼ିକର ଅଧ୍ୟକ୍ଷତା କରିଥିଲେ । ପରେ ୨୪ ମେ, ୨୦୧୯ରେ ଭାରତର ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ।