ଭୁବନେଶ୍ୱର, ୦୫/୦୪ : ରାଜଧାନୀ ଭୁବନେଶ୍ୱରରେ କଳାହାଣ୍ଡିଆ ମେଘ। କିଛି ସ୍ଥାନରେ ଆରମ୍ଭ ହୋଇଛି ବର୍ଷା । ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ । ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା । କାଳ ବୈଶାଖୀକୁ ନେଇ ଆଗାମୀ ତିନି ଘଣ୍ଟା ପାଇଁ ୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ସମ୍ଭାବନା ରହିଛି। ପବନ ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ। ଆଗାମୀ ଦୁଇ ଦିନରେ ତାପାମାତ୍ର ୨ରୁ ୪ ଡିଗ୍ରୀ କମିପାରେ ।ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ବର୍ଷା ବେଳେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କାଲି ବିଜୁଳି ଓ ଘଡଘଡି ପାଇଁ ୨୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ୭ ତାରିଖ ଏବଂ ୮ ତାରିଖ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।