ଖାରବେଳ-କଳିଙ୍ଗନଗର ରୋଟାରି କ୍ଲବର ୫ମ ଅଧିଷ୍ଠାନ ଦିବସ

ଭୁବନେଶ୍ୱର: ଖାରବେଳ-କଳିଙ୍ଗ ନଗର ରୋଟାରି କ୍ଲବର ୫ମ ଅଧିଷ୍ଠାନ ଦିବସ ଶ୍ୟାମପୁରସ୍ଥିତ କଳିଙ୍ଗ ବିଦ୍ୟାପୀଠ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ପ୍ରାକ୍ତନ ସଭାପତି ଗୋକୁଳ ବିହାରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡା. ପୁଷ୍ପରାଜ ସାମନ୍ତ ସିଂହାର ଏବଂ ସମ୍ମାନିତ ଅତିଥି ଭାବେ ଉପପ୍ରାନ୍ତପାଳ ଶୁଭ୍ରାଂଶୁ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାମନ୍ତସିଂହାର ସ୍ୱାସ୍ଥ୍ୟ,ସ୍ୱଛତା ଓ ପରିବେଶର ସୁରକ୍ଷା ଦିଗରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ସଭାରେ ସମ ହସ୍ପିଟାଲ ଗୋଲେଇ ଛକ ଠାରୁ ସ୍ଥାନୀୟ ଆୟୁର୍ବେଦିକ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ବୃକ୍ଷରୋପଣ କରାଯିବାକୁ ସ୍ଥିର କରାଯାଇଥିଲା । ଦୈନିକ ସମ୍ବାଦରୁ ସାମ୍ବାଦିକ ସୁରଜ କୁମାର ମଲ୍ଲିକ,ପ୍ରମେୟରୁ ରାମଜୀବନ ଗୋଛାୟତ ଓ ଓଡିଶା ଏକ୍ସପ୍ରେସରୁ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଦାସଙ୍କୁ ଏହି ଅବସରରେ ସାମ୍ବାଦିକତାରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ନେତାଜୀ ଜୟନ୍ତୀରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କ୍ଲବର ପ୍ରତିଷ୍ଠାତା କିଶୋର ଚନ୍ଦ୍ର ସ୍ୱାଇଁଙ୍କୁ ପୂର୍ବତନ ପ୍ରାନ୍ତପାଳ ସମ୍ବର୍ଦ୍ଧିତ କରିଥିବାବେଳେ ଇଂ ଏସ.ଏନ ପାତ୍ରଙ୍କୁ କ୍ଲବର ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ଡ ସରୋଜକାନ୍ତ ମହାନ୍ତି,ମାର୍ଗଦର୍ଶକ ଶିବବ୍ରତ ଦାଶ,ଯାଜ୍ଞଶିଷ ମହାପାତ୍ର,ଜିଲ୍ଲା ପରିବେଶ କମିଟି ମୁଖ୍ୟ ପ୍ରଶାନ୍ତ ମିଶ୍ର,ଜିଲ୍ଲା ବୃକ୍ଷରୋପଣ କାର୍ଯ୍ୟକ୍ରମର ମୁଖ୍ୟ ସୁବାସ ଚନ୍ଦ୍ର ସାହୁ,ଭୁବନେଶ୍ୱର କ୍ଲବର ମମତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ସ୍ୱାଇଁ ଓ ଦିଲ୍ଲୀପ କୁମାର ଜେନା ସଂଚାଳନ କରିଥିଲେ ।