ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ କଙ୍ଗନାଙ୍କ ହମଲା

ମୁମ୍ବାଇ,୯/୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବାତ ମୁମ୍ବାଇରେ ପହଞ୍ଚିଛନ୍ତି | ମୁମ୍ବାଇରେ ପହଞ୍ଚି କଙ୍ଗନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ନିଜ କ୍ରୋଧ ଜାହିର କରିଛନ୍ତି | କଙ୍ଗନା ନିଜର ଏକ ଭିଡିଓ ସେୟାର କରିଛନ୍ତି | ଭିଡିଓରେ କଙ୍ଗନା କହିଛନ୍ତି, “ଉଦ୍ଧବ ଠାକରେ, ତୁ କଣ ଭାବୁଛି ତୁ ମୁଭି ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋଠୁ ପ୍ରତିଶୋଧ ନେଇଛୁ | ଆଜି ମୋ ଘର ଭାଙ୍ଗିଛି, କାଲି ତୋ ଗର୍ବ ଭାଙ୍ଗିବ…ଇଏ ସମୟ ଚକ୍ର, ମନେ ରଖ ସମୟ ସବୁବେଳେ ଏକାଭଳି ରହେନି |”

ମୁମ୍ବାଇ ପହଞ୍ଚି କଙ୍ଗନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ହମଲା କରିଛନ୍ତି | ଭିଡିଓରେ କଙ୍ଗନା କହିଛନ୍ତି, “ମୋତେ ଲାଗୁଚି ତୁ ଯାହା ବି କଲୁ ମୋ ପାଇଁ ବହୁତ ଭଲ କରିଛୁ | କାରଣ ମୁଁ ଜାଣିଥିଲି କାଶ୍ମିରୀ ପଣ୍ଡିତଙ୍କ ଉପରେ କଣ ବିତିଥିବ, ଆଜି ମୁଁ ଅନୁଭବ କରିପାରୁଛି |

ଆଜି ମୁଁ ପ୍ରତିଶୃତି ଦେଉଛି ଅଯୋଧ୍ୟା ଉପରେ ନୁହେଁ, କାଶ୍ମୀର ଉପରେ ମଧ୍ୟ ଫିଲ୍ମ କରିବି ଓ ଦେଶବାସୀଙ୍କୁ ଜାଗ୍ରତ କରିବି | ମୁଁ ଜାଣିଥିଲି ଏମିତି କିଛି ହେବ, କିନ୍ତୁ ଯେହେତୁ ମୋ ସହିତ ହୋଇଛି ଏହାର କିଛି ଅର୍ଥ ନିଶ୍ଚୟ ଅଛି | ଉଦ୍ଧବ ଠାକରେ, ଏହା କ୍ରୁରତା, ଏହା ଆତଙ୍କ | ଜୟ ହିନ୍ଦ, ଜୟ ମହାରାଷ୍ଟ୍ର |”