ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଦ୍ଯାଳୟରେ ପ୍ରବେଶ ମନାକୁ କଣ୍ଟାମାଲ ସାମ୍ବାଦିକ ସଙ୍ଘର ପ୍ରତିବାଦ

ବୌଦ୍ଧ, ୧୨/୭ : (ଭାଗବତ ମେହେର) – ବିଦ୍ଯାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନାକୁ ନେଇ ମନ୍ତ୍ରୀଙ୍କ ନିଷ୍ପତ୍ତି କୁ ବିରୋଧ କରିବା ସହ ପ୍ରତିବାଦରେ ଆଗକୁ ବାହାରିଲା କଣ୍ଟାମାଲ ସାମ୍ବାଦିକ ସଙ୍ଘ । ଶିକ୍ଷାର ବିକାଶ ସହିତ ସଂସ୍କାରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ରହି କାର୍ଯ୍ଯ କରୁଥିବା ବେଳେ ହଠାତ ରାଜ୍ୟ ଶିକ୍ଷା ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସ୍ବାଧୀନତାକୁ କଣ୍ଠରୋଧ କରିବାକୁ ଯାଇ ବିଦ୍ୟାଳୟ ଗୁଡିକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରବେଶ ମନା ଭଳି ଏକ ସୂଚନା ଜାରି କରିବା ପରେ ସମଗ୍ର ରାଜ୍ୟରେ ଏହାରି ଦୃଢ ବିରୋଧ ଆରମ୍ଭ ହୋଇଛି l କାହିଁକି ? କେଉଁ ପରିସ୍ଥିତି ? ଏବଂ କେଉଁ ଘଟଣାକୁ ନେଇ ? ରାଜ୍ୟ ଶିକ୍ଷା ମନ୍ତ୍ରୀ ଏଭଳି ଏକ ଚ୍ୟାଲେଞ୍ଜ ଭରା ମନ୍ତବ୍ୟ ଦେଲେ ତାହାକୁ ନେଇ ଦଳଗତ ନିର୍ବିଶେଷରେ ସାଧାରଣ ଜନତା, ବୁଦ୍ଧିଜୀବି ସୁଦ୍ଧା ନିନ୍ଦା କରୁଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମଳ ବ୍ଲକ ସାମ୍ବାଦିକ ସଙ୍ଘ(କବ୍ଜା) ତରଫରୁ ଏକ ଅଭିନଵ ପ୍ରତିବାଦ କରାଯାଇଛି l ଆଜି ମଧ୍ୟାହ୍ନରେ ସଂଘର କିଛି ସଦସ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଏଭଳି ବିସ୍ପୋରକ ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ପାଇଁ ଜବରଦସ୍ତ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟକୁ ପ୍ରବେଶ କରି ମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନିନ୍ଦା କରିବା ସହ ଯଦି ସତ ସାହସ ଅଛି ଶିକ୍ଷା ବିଭାଗ ସେମାଙ୍କୁ ଗିରଫ କରୁ ବୋଲି ତେତାବନି ଦେଇଥିଲେ l

ଏହି ଅଭିନବ ପ୍ରତିବାଦରେ କବ୍ଜାର ଉପଦେଷ୍ଟା ଦିବ୍ୟଶଙ୍କର ରାଉତ, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ପୂର୍ଣ୍ଣଚରଣ ସାହୁ, କାର୍ଯ୍ୟକାରୀ ସଦସ୍ୟ ବଂଶୀଧର ମାଝୀ, ରଞ୍ଜନ କୁମାର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ l ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ମହାନ୍ତିଙ୍କ ଏଭଳି ମନ୍ତବ୍ୟ ତଥା ଜାରି କରିଥିବା ସୂଚନାକୁ ମନ୍ତ୍ରୀ ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ସଙ୍ଘ ରାଜା ରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦର ସ୍ବରକୁ ଆହୁରି ଷାଣିତ କରିବ ବୋଲି ସଂପାଦକ ପୂର୍ଣ୍ଣଚରଣ ସାହୁ କହିଛନ୍ତି l ବିକାଶ ସହିତ ସଂସ୍କାରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ରହି କାର୍ଯ୍ଯ କରୁଥିବା ବେଳେ ହଠାତ ରାଜ୍ୟ ଶିକ୍ଷା ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସ୍ବାଧୀନତାକୁ କଣ୍ଠରୋଧ କରିବାକୁ ଯାଇ ବିଦ୍ୟାଳୟ ଗୁଡିକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରବେଶ ମନା ଭଳି ଏକ ସୂଚନା ଜାରି କରିବା ପରେ ସମଗ୍ର ରାଜ୍ୟରେ ଏହାରି ଦୃଢ ବିରୋଧ ଆରମ୍ଭ ହୋଇଛି l କାହିଁକି ? କେଉଁ ପରିସ୍ଥିତି ? ଏବଂ କେଉଁ ଘଟଣାକୁ ନେଇ ? ରାଜ୍ୟ ଶିକ୍ଷା ମନ୍ତ୍ରୀ ଏଭଳି ଏକ ଚ୍ୟାଲେଞ୍ଜ ଭରା ମନ୍ତବ୍ୟ ଦେଲେ ତାହାକୁ ନେଇ ଦଳଗତ ନିର୍ବିଶେଷରେ ସାଧାରଣ ଜନତା, ବୁଦ୍ଧିଜୀବି ସୁଦ୍ଧା ନିନ୍ଦା କରୁଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମଳ ବ୍ଲକ ସାମ୍ବାଦିକ ସଙ୍ଘ(କବ୍ଜା) ତରଫରୁ ଏକ ଅଭିନଵ ପ୍ରତିବାଦ କରାଯାଇଛି l ଆଜି ମଧ୍ୟାହ୍ନରେ ସଂଘର କିଛି ସଦସ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଏଭଳି ବିସ୍ପୋରକ ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ପାଇଁ ଜବରଦସ୍ତ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟକୁ ପ୍ରବେଶ କରି ମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନିନ୍ଦା କରିବା ସହ ଯଦି ସତ ସାହସ ଅଛି ଶିକ୍ଷା ବିଭାଗ ସେମାଙ୍କୁ ଗିରଫ କରୁ ବୋଲି ତେତାବନି ଦେଇଥିଲେ l ଏହି ଅଭିନବ ପ୍ରତିବାଦରେ କବ୍ଜାର ଉପଦେଷ୍ଟା ଦିବ୍ୟଶଙ୍କର ରାଉତ, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ପୂର୍ଣ୍ଣଚରଣ ସାହୁ, କାର୍ଯ୍ୟକାରୀ ସଦସ୍ୟ ବଂଶୀଧର ମାଝୀ, ରଞ୍ଜନ କୁମାର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ l ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ମହାନ୍ତିଙ୍କ ଏଭଳି ମନ୍ତବ୍ୟ ତଥା ଜାରି କରିଥିବା ସୂଚନାକୁ ମନ୍ତ୍ରୀ ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ସଙ୍ଘ ରାଜା ରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦର ସ୍ବରକୁ ଆହୁରି ଷାଣିତ କରିବ ବୋଲି ସଂପାଦକ ପୂର୍ଣ୍ଣଚରଣ ସାହୁ କହିଛନ୍ତି l