କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ଦିନରେ ରାମ ମନ୍ଦିର ପାଇଁ ଦାନ ସଂଗ୍ରହ କରି ରାତିରେ ପିଉଛନ୍ତି ମଦ
ଭୋପାଳ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହକୁ ନେଇ ବିଜେପିକୁ ଟାର୍ଗେଟ କରି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ ଭୁରିଆ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭୁରିଆ କହିଛନ୍ତି ଯେ ରାମ ମନ୍ଦିର ନାମରେ ସଂଗୃହୀତ ରାଶିରେ ବିଜେପି ଲୋକମାନେ ରାତିରେ ମଦ ପିଇଥାନ୍ତି। ବିଜେପି ଏହି ବିବୃତ୍ତିକୁ ଲଜ୍ଜାଜନକ ବୋଲି କହିଛି।
କଂଗ୍ରେସର ବରିଷ୍ଠ ନେତା କାନ୍ତିଲାଲ ଭୁରିଆ କହିଛନ୍ତି ଯେ ପୂର୍ବରୁ ରାମ ମନ୍ଦିର ନାମରେ ଦାନରେ କୋଟି କୋଟି ଟଙ୍କା ସଂଗ୍ରହ କରାଯାଇଛି, ଏହି ରାଶିକୁ ବିଜେପିର ଲୋକ ମାଡି ବସିଛନ୍ତି । ଏହି ଟଙ୍କା ମନ୍ଦିର ଟ୍ରଷ୍ଟରେ ଜମା ହେବା ଉଚିତ୍ । ଏବେ ପୁଣିଥରେ ବିଜେପି ଲୋକମାନେ ଘରୁ ଘରୁ ଯାଇ ଚାନ୍ଦା ମାଗୁଛନ୍ତି, ଦିନରେ ଦାନ ସଂଗ୍ରହ କରୁଛନ୍ତି ଏବଂ ରାତିରେ ନଦୀକୁ ଯାଇ ମଦ ପିଉଛନ୍ତି।