ନୂଆଦିଲ୍ଲୀ, ୨୯/୦୭ : ଝାଡ଼ଖଣ୍ଡର ଦେଓଘରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୮ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ବୈଦ୍ୟନାଥ ପୀଠରେ ପାଣି ଢାଳି ବସରେ କାଉଡ଼ିଆ ଫେରୁଥିବାବେଳେ ସେମାନଙ୍କୁ ଗୋଟିଏ ଟ୍ରକ ଧକ୍କା ଦେଇଥିଲା ଫଳରେ ଏଥିରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ରହିଛନ୍ତି । ଏଭଳି ଦୁର୍ଘଟଣା ଝାଡ଼ଖଣ୍ଡର ଦେଓଘର ଜିଲ୍ଲା ମୋହନପୁର ଥାନା ଅନ୍ତର୍ଗତ ସମିପ ଗୋଡ଼ା ଦେଓଘର ମୁଖ୍ୟ ରାସ୍ତାରେ ଘଟିଛି । ଆଜି ଅର୍ଥାତ୍ ମଙ୍ଗଳବାର ସକାଳ ପ୍ରାୟ ସାଢେ ୫ ଟା ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳୁଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ମୋହନପୁର CHCକୁ ପଠାଇଥିଲେ । ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ମଧ୍ୟ ପଠାଇଥିଲେ ।
