କେନ୍ଦ୍ରାପଡ଼ା ଜିଲ୍ଲା କରିଲୋପାଟଣା ମହାବିଦ୍ୟାଳୟରେ ମହାଦୁର୍ନୀତିର ଗନ୍ଧ

ପାଟକୁରା, ୪/୧୧ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ କରିଲୋପାଟଣା ମହାବିଦ୍ୟାଳୟ ଏବେ ଦୁର୍ନୀତି ଗ୍ରସ୍ତ ମହାବିଦ୍ୟାଳୟ ହୋଇସାରିଲାଣି । ମହାବିଦ୍ୟାଳୟରେ ବିଭିନ୍ନ ଦୁର୍ନୀତି ସତ୍ୱେ ପ୍ରଶାସନ ନିରବଦ୍ରଷ୍ଟା, କରିଲୋପାଟଣା ମହାବିଦ୍ୟାଳୟର +୨ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଜାଣିଶୁଣି ବିଭିନ୍ନ ଚଞ୍ଚକତା ମାଧ୍ୟମରେ ପରିଚାଳନା କମିଟିକୁ ହାତରେ ରଖି, ମହାବିଦ୍ୟାଳୟର ସମସ୍ତ ଅର୍ଥକୁ ଚଳୁ କରିବାରେ ଲାଗିଛନ୍ତି । ଇତି ମଧ୍ୟରେ ସରକାର ଓ ମାନ୍ୟବର ନ୍ୟାୟାଳୟ କରିଲୋପାଟଣା ମହାବିଦ୍ୟାଳୟକୁ ତା ୧୯.୧୦.୨୦୨୨ ରିଖରେ +୨ ଏବଂ +୩ କୁ ପୃଥକ କରିସାରିଛନ୍ତି । ହେଲେ ସେ ସବୁକୁ ଖାତିର ନ କରି +୨ ବିଦ୍ୟାଳୟର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧକ୍ଷ ଦତ୍ତକୃଷ୍ଣ ଜେନା ନିଜର ଗୁଣ୍ଡାରାଜ ଚଳାଇ ଆସନ୍ତା ନଭେମ୍ବର ମାସ ୪ ତାରିଖରେ ମହାବିଦ୍ୟାଳୟରେ ବିଭିନ୍ନ ପଦବୀ ପୂରଣ ନିମନ୍ତେ ଦୈନିକ ଖବର କାଗଜ ‘ସମାଜ’ ରେ ବିଜ୍ଞାପନ ପ୍ରକାଶ କରିଛନ୍ତି ।

ସୂଚନା ଥାଉକି ଅଧ୍ୟକ୍ଷ ଜେନାଙ୍କର ଚଳିତ ମାସ ୩୦ ତାରିଖରେ ବିଦ୍ୟାଳୟର ସେବାରୁ ନିବୃତ ହେଉଛନ୍ତି । ଆଗକୁ ତାଙ୍କର ମାତ୍ର ୨୬ ଦିନ ବଞ୍ଚି ଥିବା ବେଳେ ସେ ଯୁଦ୍ଧ କାଳୀନ ଭିତ୍ତିରେ ମହାବିଦ୍ୟାଳୟର ଅନାବଶ୍ୟକ ପଦବୀ ପାଇଁ ଇଛୁକ ପ୍ରାର୍ଥୀ ମାନଙ୍କୁ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଅର୍ଥ ଚଳୁ କରିବାକୁ ବସିଛନ୍ତି । ମହାବିଦ୍ୟାଳୟର ନିର୍ମାଣଧୀନ ଶ୍ରେଣୀ ଗୃହକୁ ଅତ୍ୟନ୍ତ ନିମ୍ନମାନ ସାମଗ୍ରୀ ବ୍ୟବହାର କରି ଶ୍ରେଣୀ ଗୃହ ନିର୍ମାଣ କରୁଛନ୍ତି, ଯାହା ଆଗାମୀ ଦିନରେ କିମ୍ବା ଭବିଷ୍ୟତରେ ଏହା ବିପଦ ହୋଇପାରେ। ଇତି ମଧ୍ୟରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପଦବୀ ପାଇଁ ନବ ନିର୍ମିତ ହୋଇଥିବା ଲୋକ ପ୍ରତିନିଧି ୨୪ ନଂ ଜୋନର ଜିଲ୍ଲାପରିଷଦ ପ୍ରମୋଦ ରଥଙ୍କୁ ଦାୟିତ୍ୱ ନେବାକୁ ଥିବା ବେଳେ ପୂର୍ଣ୍ଣମାତ୍ରାରେ ପରିଚାଳନା କମିଟିର ସଭାପତି ପାଇଁ ପ୍ରକ୍ରିୟା (GB ) ଗଢା ହୋଇନାହିଁ । ଏହା ସତ୍ୱେ ବି ସଭାପତି ହେବାକୁ ଥିବା ପ୍ରମୋଦ ରଥ, ଭାରପ୍ରାପ ଅଧକ୍ଷ ଶ୍ରୀଯୁକ୍ତ ଦତ୍ତକୃଷ୍ଣ ଜେନା, ମହାବିଦ୍ୟାଳୟର କେଉଁ ସ୍ୱାର୍ଥକୁ ଦେଖି, ଏହିପରି ନିଷ୍ପତି ନେଲେ ତାହା ଚିନ୍ତାର ବିଷୟ ।

କରିଲୋପାଟଣା ଡିଗ୍ରୀ ମହାବିଦ୍ୟାଳୟର +୨ ଠାରୁ ସମ୍ପୂର୍ଣ ସ୍ୱତନ୍ତ୍ର ହୋଇସାରିଛି, ତା ୧୯.୧୦.୨୦୨୨ରିଖରେ ପତ୍ର ମାଧ୍ୟମରେ ଦର୍ଶାଯାଇଛି । ଯଦି ଏକ ମାସ ମଧ୍ୟରେ କରିଲୋପାଟଣା ଡିଗ୍ରୀ ମହାବିଦ୍ୟାଳୟକୁ ଅଲଗା ନ କରନ୍ତି ତେବେ ଅଧ୍ୟକ୍ଷ ମହୋଦୟଙ୍କ ନ୍ୟାୟାଳୟ କାଠଗଡ଼ାକୁ ଟାଣିବା ପାଇଁ ସ୍ୱତନ୍ତ୍ର ପତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି । ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେନା ଏକ ଦୁର୍ନୀତିଗ୍ରସ୍ତ ଅଧ୍ୟକ୍ଷ ଭାବରେ ନିଜର କାୟା ବିସ୍ତାର କରି ଆଶାୟୀ ପ୍ରାର୍ଥୀ ଯଥା କିରାଣୀ ଓ ଚପରାସି ପଦବୀ ପାଇଁ ଏକ ଲକ୍ଷ ଟଙ୍କା, ଲାଇବ୍ରେରିଆନ ପଦବୀ ପାଇଁ ୮୦ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ପଦବୀ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାର ମଧ୍ୟ ଆଲୋଚନା ହେଉଛି । ଏହାଦ୍ୱାରା ବହୁ ଆଶାବାଦୀ ପ୍ରାର୍ଥୀ ମାନଙ୍କର ଭବିଷ୍ୟତ ଯେ ଅନ୍ଧକାରମୟ ସେମାନେ ଜାଣନ୍ତି ନାହିଁ, କାରଣ ସରକାରଙ୍କ ନିୟମ ଏବଂ ସର୍ତ୍ତାବଳୀ ଅନୁଯାୟୀ ସେହି ପଦବୀ ଗୁଡିକ ଅଯୋଗ୍ୟ ସାଵସ୍ତ୍ୟ । ତେଣୁ ଆଶାୟୀ ପ୍ରାର୍ଥୀ ମାନଙ୍କୁ ସାବଧାନ କରିବା ସହ ସମସ୍ତ ବୁଦ୍ଧିଜୀବି ଓ ପରିଚାଳନା କମିଟିକୁ ଉଚିତ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣରେ ଦାବି ହେଉଛି ।

SBI_Festive_Digital Billboard