କେଦାରନାଥ ମନ୍ଦିର ବାର୍ଷିକ ତୀର୍ଥଯାତ୍ରା ୨୫ ରୁ : ମାଗଣାରେ ମିଳିବ ସମସ୍ତ ସୁବିଧା

ନୂଆଦିଲ୍ଳୀ ୧୯/୦୪: ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ବାର୍ଷିକ ତୀର୍ଥଯାତ୍ରା ୨୫ ରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିଦିନ ସର୍ବାଧିକ ୧୩,୦୦୦ ତୀର୍ଥଯାତ୍ରୀ କେଦାରନାଥ ପରିଦର୍ଶନ କରିପାରିବେ। ରୁଦ୍ରପ୍ରୟାଗ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ମୟୂର ଦୀକ୍ଷିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର ଏଥର କେଦାରନାଥ ଯାତ୍ରା ପାଇଁ ଦୈନିକ ୧୩,୦୦୦ ତୀର୍ଥଯାତ୍ରୀଙ୍କ ସୀମା ସ୍ଥିର କରିଛନ୍ତି ଏବଂ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏକ ଟୋକନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ।

ମିଳିତ ସାମ୍ବାଦିକ ସମ୍ମିଳନୀରେ ଡିଏମ ଦୀକ୍ଷିତ ଏବଂ ରୁଦ୍ରପ୍ରୟାଗ ପୋଲିସ ଅଧୀକ୍ଷକ ସମ୍ବୋଧିତ କରିଛନ୍ତି। କହିଛନ୍ତି ଯେ ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ଦୈନିକର ସୀମା ଓବଂ ଟୋକନ ପ୍ରଣାଳୀର ଆରମ୍ଭ ସୁଚାରୁ ସଞ୍ଚାଳନ ପାଇଁ କରାଯାଇଛି। ଯାତ୍ରୀଙ୍କ ଏହି ମାର୍ଗରେ ୨୨ ଜଣ ଡାକ୍ତର ଏବଂ ସମାନ ସଂଖ୍ୟକ ଫାର୍ମାସିଷ୍ଟଙ୍କ ନିୟୋଜିତ ରହବ । ଏହା ସହ ଉନ୍ନତ ଚିକିତ୍ସା ସୁବିଧା ପାଇବେ।

ସେମାନଙ୍କ ମଧ୍ୟରେ ତିନିଜଣ ଡାକ୍ତର ଏବଂ ଦୁଇଜଣ ଅର୍ଥୋପେଡିକ୍ ସର୍ଜନ ରହିବେ ବୋଲି ଦୀକ୍ଷିତ କହିଛନ୍ତି। ଯାତ୍ରୀ ମାର୍ଗରେ ବାରଟି ଚିକିତ୍ସା ସହାୟତା କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି। କହିବାକୁ ଗଲେ କେଦାରନାଥ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି । ଏହା ପୂର୍ବରୁ ଜଡିତ ସମସ୍ତ ବିଭାଗକୁ ସବୁ ବ୍ୟବସ୍ଥା ଠିକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରାଖଣ୍ଡର ଚାରୋଟି ଧାମ ମଧ୍ୟରେ କେଦାରନାଥ ଧାମ ପାଇଁ ସର୍ବାଧିକ ସଂଖ୍ୟକ ପଞ୍ଜୀକରଣ କରାଯାଇଛି। କେଦାରନାଥ ଧାମଙ୍କ ପାଇଁ ୫ଲକ୍ଷରୁ ଅଧିକ ପଞ୍ଜିକରଣ କରାଯାଇଛି।