ଘରେ ଅସରପା ପୋଷି ଆପଣ ହୋଇପାରିବେ ଲକ୍ଷପତି ! ଏହି କମ୍ପାନୀ ଦେଉଛି ଦେଢ଼ ଲକ୍ଷ ଟଙ୍କାର ଅଫର୍

ଅସରପା ତ ସମସ୍ତଙ୍କ ଘରେ ପ୍ରାୟତଃ ଦେଖିବାକୁ ମିଳିଥାଏ, ଯାହାକୁ ଦେଖି ଅନେକ ଲୋକ ଡରିବା ସହ ମାରିବା ପାଇଁ ଅନେକ ସ୍ପେ ବ୍ୟବହାର କରନ୍ତି । କିନ୍ତୁ କେହି ଯଦି ଆପଣଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବ, ତେବେ କ’ଣ ଆପର ଅସରପା ସହ ରହିବାକୁ ପସନ୍ଦ କରିବେ ? କିନ୍ତୁ ଏପରି ଏକ ଅଜବ ଘଟଣା ଆମେରିକାରେ ଦେଖିବାକୁ ମିଳିଛି । ଏଭଳି ଅଫର ସଂଯୁକ୍ତ ରାଷ୍ଟ୍ର ଆମେରିକାର ଏକ ପେଷ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଦେଉଛି ।

ତେବେ ଏହି କମ୍ପାନୀ ଅସରପାକୁ ମାରିବା ପାଇଁ ଏକ ଔଷଧ ପରୀକ୍ଷା କରୁଛି । ଯେଉଁଥିପାଇଁ ସେ ଏଭଳି ଏକ ଅଫର ନିଜ ସୋସିଆଲ ସାଇଟ୍ରେ ପୋଷ୍ଟ କରିଛି । ପୋଷ୍ଟରେ ଲେଖାହୋଇଛି ଯେ, ଆପଣମାନେ ଘରେ ଅସରପା ରଖନ୍ତୁ । ଏଥିସହ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଔଷଧ ଏହା ଉପରେ ପ୍ରୟୋଗ କରନ୍ତୁ । ତେବେ ଏହା କେତେ ପରିମାଣ କାର୍ଯ୍ୟକାରୀ ହେଉଛି, ତାହା ପରୀକ୍ଷା କରିବା ପାଇଁ କମ୍ପାନୀ କହିଛି ।

ଆମେରିକାର ଉତ୍ତର କାରୋଲିନା ସ୍ଥିତ ଏହି କମ୍ପାନୀ ଆହୁରି କହିଛି ଯେ, ଯଦି ଘରେ ୧୦୦ ଅସରପା ରହିବେ, ତେବେ ମାଲିକଙ୍କୁ ୨୦୦୦ ଡଲାର ଅର୍ଥାତ୍ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଉପହାର ସ୍ୱରୂପ ଦିଆଯିବ । କମ୍ପାନୀ ୫-୬ ଜଣ ଏଭଳି ମାଲିକଙ୍କ ସନ୍ଧାନରେ ଅଛି, ଯେଉଁମାନେ ତାଙ୍କ ଘରେ ୧୦୦ଟି ଅସରପା ରଖିପାରିବେ ।

ଏହି ପରୀକ୍ଷା ପାରମ୍ପରିକ ଉପାୟରେ ଏକ ମାସ ପର୍ଯ୍ୟନ୍ତ ଜାରି ରହିବ ବୋଲଇ କମ୍ପାନୀ କହିଛି । ଏଥିପାଇଁ କମ୍ପାନୀ ପକ୍ଷରୁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ଯେଉଁମାନେ ଏହାର ଲାଭ ଉଠାଇବେ, ସେମାନଙ୍କ ବୟସ ସୀମା ୨୧ ବର୍ଷ ହୋଇଥିବା ଆବଶ୍ୟକ । ଏଥିସହ ପରୀକ୍ଷାରେ ସମ୍ପୂର୍ଣ୍ଣ ସାହାଯ୍ୟ କରିବେ ବୋଲି ଲିଖିତ ଭାବେ ଦେବାକୁ ହେବ । ଏଥିସହ ଉକ୍ତ ସମୟ ବ୍ୟବଧାନରେ ଅନ୍ୟ କୌଣସି କମ୍ପାନୀର ଉତ୍ପାଦକୁ ଏହି ସମୟରେ ବ୍ୟବହାର କରିପାରିବେନାହିଁ । ସମୟ ବ୍ୟବଧାନ ଶେଷ ହେବାପରେ ଯଦି ମାଲିକ ଅସରପା ଘରୁ କାଢ଼ିବା ପାଇଁ ଅସମର୍ଥ ହେଲେ, ତେବେ କମ୍ପାନୀ ଏଥିରେ ସମସ୍ତ ପ୍ରକାର ସାହାଯ୍ୟ କରିବ ବୋଲି ସୂଚନା ମିଳିଛି ।