ଖରାଦିନେ ଏହି ସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସ୍ବାସ୍ଥ୍ୟ ପାଇଁ ବିପଦଜନକ

ଖରାଦିନେ ଯେତେ ସମ୍ଭବ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ୍ । ଆମର ଖରାପ ଖାଦ୍ୟପେୟ ଆମ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ଖରାଦିନେ ଗରମରୁ ରକ୍ଷା ପାଇବାକୁ ସେମାନଙ୍କ ଖାଇବା ଲିଷ୍ଟରେ ଅନେକ ଜିନିଷ ସାମିଲ କରିଥାଆନ୍ତି । ଯାହା ପରବର୍ତ୍ତୀ ସମୟରେ ଆମ ସ୍ବାସ୍ଥ୍ୟ ପାଇଁ ବଡ଼ କ୍ଷତିର କାରଣ ପାଲଟିଯାଇପାରେ । ଅତ୍ୟଧିକ ଗରମରେ ଥଣ୍ଡା ଜିନିଷ ଖାଇବା ଦ୍ୱାରା ମଧ୍ୟ ସମସ୍ୟା ଆହୁରି ବଢ଼ିଯାଇପାରେ । ବାହାର ଉତ୍ତାପରେ ଥିବା ଫଳ କିମ୍ବା ପନିପରିବା ଖାଇଲେ ବି ଆପଣ ରୋଗରେ ପଡ଼ିପାରନ୍ତି । ତେଣୁ ଏପରି ସ୍ଥିତିରେ ଆପଣ ଖାଦ୍ୟପେୟକୁ ନେଇ ବହୁତ ସଚେତନ ହେବା ଜରୁରୀ। ଗ୍ରୀଷ୍ମଦିନେ ଫାଷ୍ଟଫୁଡ୍ କିମ୍ବା ଷ୍ଟ୍ରିଟ୍ ଫୁଡ୍ ଫୁଡ୍‌ ପଏଜନିଙ୍ଗ୍‌ର ମୁଖ୍ୟ କାରଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ୫ଟି ଖାଦ୍ୟ ବିଷୟରେ କହିବୁ, ଯାହାଠାରୁ ଖରାଦିନେ ଆପଣ ଦୂରେଇ ରହିବା ଉଚିତ୍ । ନଚେତ୍ ଏହା ଆପଣଙ୍କୁ ଖରାଦିନେ ଅସୁସ୍ଥ କରିଦେଇପାରେ ।

ଗ୍ରୀଷ୍ମ ଋତୁରେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବାଠୁ ଦୂରେଇ ରୁହନ୍ତୁ । ଅଧିକ ମସଲା ଜାତୀୟ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାହିଁକିନା ଏହା ଶରୀରରେ ଗରମ ସୃଷ୍ଟି କରି ମେଟାବଲିଜିମ୍ ବୃଦ୍ଧି କରିଥାଏ । ତେଣୁ ଆପଣ ଏହିଦିନେ କମ୍‌ ତେଲ, ମସଲାଯୁକ୍ତ ଜିନିଷ ଖାଇବା ଉଚିତ୍ ।

ଆମିଷ: ଖରାଦିନେ ଅଧିକ ଭାରୀ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ବିଶେଷ କରି ଖରାଦିନେ ଶାକାହାରୀ ଖାଦ୍ୟ ଖାଇବାର ଅଭ୍ୟାସ କରନ୍ତୁ ଏବଂ ଆମିଷ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ମାଛ, ଚିକେନ୍, ମାଂସ, ସାମୁଦ୍ରିକ ଖାଦ୍ୟ ଆଦି କୁ ସୀମିତ ମାତ୍ରାରେ ହିଁ ସେବନ କରନ୍ତୁ । ଆମିଷ ଖାଦ୍ୟରେ ଅଧିକ ତେଲ, ମସଲା ବ୍ୟବହାର ହୋଇଥାଏ । ଯାହା ପେଟକୁ ଗରମ କରିଦେଇଥାଏ । ଏହି ପ୍ରକାର ଖାଦ୍ୟ ଖାଇବା ପରେ ଆପଣଙ୍କୁ ଡାଇରିଆ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

ଜଙ୍କ୍ ବା ଷ୍ଟ୍ରିଟ୍ ଫୁଡ୍: ଖରାଦିନେ ଜଙ୍କ୍ ଫୁଡ୍ ଖାଇବା ଦ୍ବାରା ଫୁଡ୍‌ ପଏଜନିଙ୍ଗ୍‌ ଭଳି ସମସ୍ୟା ଆପଣଙ୍କଠାରେ ଦେଖିବାକୁ ମିଳିପାରେ । କାହିଁକିନା ଖରାଦିନେ ଏପରି ଖାଦ୍ୟ ସହଜରେ ହଜମ ହୋଇନଥାଏ । ତେଣୁ ବାହାରର ଷ୍ଟ୍ରିଟ୍‌ ଫୁଡ୍‌ ଆଦୌ ଖାଇବା ଉଚିତ ନୁହେଁ । ନଚେତ୍ ସଂକ୍ରମଣ ହେବାର ସମ୍ଭାବନା ଖୁବ୍ ଅଧିକ ଥାଏ । ଏହି ପ୍ରକାର ଖାଦ୍ୟ ଖାଇବା ପରେ ପେଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦେଇପାରେ । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ନ ରଖିଲେ ଆପଣଙ୍କୁ ଝାଡ଼ା, ବାନ୍ତି ସମସ୍ୟା ମଧ୍ୟ ହୋଇପାରେ ।

ଚା’ ଓ କଫି: ଗ୍ରୀଷ୍ମ ଦିନେ ଚା’ ଓ କଫି ପିଇବାଠାରୁ ଦୂରେଇ ରୁହନ୍ତୁ । ଅତ୍ୟଧିକ କଫି ସେବନ ଦ୍ୱାରା ଶରୀରରେ ଗରମ ସୃଷ୍ଟି କରେ । ଚା’ ଓ କଫି ଅଧିକ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ ଭଳି ସମସ୍ୟା ଦେଖା ଦେଇପାରେ । ଚା’ ଓ କଫି ପିଇବା ଦ୍ବାରା ଶୋଷ କମ୍‌ ଲାଗିଥାଏ । ତେଣୁ ଏହା ଠାରୁ ଦୂରେଇ ନରହିଲେ ଖରାଦିନେ ସମସ୍ୟା କୁ ଅଧିକ ବଢାଇବାର ଆଶଙ୍କା ଥାଏ ।

ସସ୍ ଓ ଚଟଣି: ଏହିଦିନେ ଅତ୍ୟଧିକ ସସ୍ ଏବଂ ଚଟଣି ଖାଆନ୍ତୁ ନାହିଁ । ଏହା ଶରୀର ପ୍ରତି ବିପଦଜନକ ହୋଇଥାଏ । ସସ୍‌ରେ ଅଧିକ ମାତ୍ରାର ଲୁଣ ଥିବାରୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ସେହିପରି ଚଟଣିରେ ମସଲା ଏବଂ ଲଙ୍କା ଅଧିକ ଥିବାରୁ ଏହା ପେଟ ସମସ୍ୟା ସୃଷ୍ଟି କରିଥାଏ ।