ଅଡୁଆରେ କେଜରିୱାଲ

ଦିଲ୍ଲୀ: କରୋନାର ସିଙ୍ଗାପୁର ଷ୍ଟ୍ରେନ୍‌ ସଂପର୍କରେ ମତ ପ୍ରକାଶ କରି ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏଥି ନିମନ୍ତେ ସିଙ୍ଗାପୁର ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣ୍ଟି ମିସ୍ ଇନଫରମେସନ୍ ଆଇନ ଅର୍ଥାତ ପ୍ରୋଟେକ୍ସନ ଫ୍ରମ୍ ଅନଲାଇନ୍ ଫଲ୍ସହୁଡ୍ ଓ ମାନିପୁଲେସନ୍ ଆଇନ ଲାଗୁ କରିଛନ୍ତି । ତେବେ ଏହି ନିୟମ ଅନଲାଇନରେ ପ୍ରସାର କରାଯାଉଥିବା ମିଛଖବରକୁ ନେଇ ଲାଗିଥାଏ ।

ସୂଚନାନୁଯାୟୀ , ସିଙ୍ଗାପୁରର ବିଦେଶ ମନ୍ତ୍ରୀ ଭିଭିଆନ୍‌ ବାଲକ୍ରିଷ୍ଣନ୍‌ ବୁଧବାର କେଜରିୱାଲଙ୍କୁ ଏ ନେଇ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ରାଜନେତା ମାନେ ତଥ୍ୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ସିଙ୍ଗାପୁରରେ କରୋନାର କୌଣସି ନୂଆ ଭାରିଆଣ୍ଟ ମିଳିବା କଥାରେ ସତ୍ୟତା ନାହିଁ । ଆମ ଦେଶରେ କରୋନାର ଅଧିକାଂଶ ମାମଲା ପାଇଁ ବି.୧.୬୧୭ ଭାରିଆଣ୍ଟ ଦାୟୀ । ଏହି ଭାରିଆଣ୍ଟ ଭାରତରେ ମିଳିଥିବା ଭାରିଆଣ୍ଟର ଏକ ରୂପ । ସିଙ୍ଗାପୁର ସରକାରଙ୍କ ଏହି ସମାଲୋଚନା ପରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ କେଜରିୱାଲଙ୍କୁ କଟାକ୍ଷ କରିଛନ୍ତି ।