କେନ୍ଦ୍ରାପଡା – ୩୦/୧୦ : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ଶୁକ୍ରବାର ଦିନ ବିଶ୍ୱ ମିତ ବ୍ୟୟୀ ଦିବସ ପାଳିତ ହୋଇଛି । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ନିତ୍ୟାନନ୍ଦ ସିଂଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟ କ୍ରମରେ ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ଯୋଗ ଦେଇ ବିଭାଗୀୟ ପ୍ରସ୍ତୁତ ମିତ ବ୍ୟୟୀ ସଚେତନ ରଥକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ସହଯୋଗୀ ଭାବେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କିଛି ଏଜେଣ୍ଟ ଉପସ୍ଥିତ ଥିଲେ । ମିତ ବ୍ୟୟୀ ରଥ ସହର ପରିକ୍ରମା ସମୟରେ ସ୍ୱଳ୍ପ ସଂଚୟ ର ବିଭିନ୍ନ ବାର୍ତ୍ତା ଲେଖା ଥିବା ଲିଫଲେଟ ଓ ମାସ୍କ ବଣ୍ଟନ କରିଥିଲେ । ମୁଖ୍ୟତଃ ଜଳ ବିନ୍ଦୁ ପରି ସଂଚୟ କଲେ ସାଗର ପରି ଧନ ସଂଚିତ ହେବ, ଋଣ ଠାରୁ ସଂଚୟ ଗୋଟିଏ ଭଲ ଅଭ୍ୟାସ, ଅପବ୍ୟୟ ଛାଡି ମିତବ୍ୟୟୀ ହୁଏ,ଭଳି ବିଭିନ୍ନ ବାର୍ତ୍ତା ର ପ୍ରଚାର କରିଥିଲେ । ଆହୁରି ମଧ୍ୟ ନିଜର ଉପାର୍ଜନ ଅର୍ଥ କୁ ସ୍ୱୀକୃତି ପ୍ରାପ୍ତ ଅଧିକୃତ ବ୍ୟାଙ୍କ, ଓ ଡାକଘରେ ସଂଚୟ କରିବାକୁ ସତର୍କ ବାର୍ତ୍ତା ରହିଛି । ଡାକଘର ଓ ବ୍ୟାଙ୍କ ରେ ସଂଚୟ କରି ଓଡିଶା ସରକାରଙ୍କ ସ୍ୱଳ୍ପ ସଂଚୟ ବିଭାଗୀୟ ଉଠାଣରେ ଅଂଶ ଗ୍ରହଣ କରି ଭାଗ୍ୟଶାଳୀ ବିଜେତା ହେବାକୁ ଆହ୍ୱାନ ଦିଆଯାଇଛି ।