କେନ୍ଦ୍ରାପଡା ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ମହାକାଳପଡ଼ା,୮/୮ : (କେଶବ ଚରଣ ନାଥ ) – ଆଜି ଉପକୂଳ କେନ୍ଦ୍ରାପଡା ଜିଲ୍ଲାରେ ଉତ୍ତମ ଶୃଙ୍ଖଳା ସହକାରେ ତ୍ରୁଟି ବିହିନ କୋଭିଡ ପରିଚାଳନା ନେଇ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱରେ ଥିବା ସିନିୟର ଆଇ.ଏସ. ଅଫିସର ହେମନ୍ତ ଶର୍ମାଙ୍କ ଦ୍ୱାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ,ଅତିରିକ୍ତ ଜିଲ୍ଲା ପାଳ ବସନ୍ତ ରାଉତ, ନରହରି ସେଠି, ଡି. ଆର.ଡି. ଏ. ଅଧିକାରୀ ଦିଲ୍ଲୀପ ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ବିଭିନ୍ନ ବ୍ଲକ ତଥା ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଦେବା ସହିତ ପୁର୍ଣ ସହଯୋଗ କରିବା, କରୋନାରେ କାର୍ଯ୍ୟରତ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା, କରୋନା ଚିନ୍ହଟ, ପରୀକ୍ଷା, ପୀଡିତ ଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପ୍ରତି ଧ୍ୟାନ ଦେବାକୁ ପର୍ଯ୍ୟବେକ୍ଷକ ଆଲୋଚନା କରି ଥିବାର ଜଣାପଡିଛି ।