କେନ୍ଦ୍ରାପଡା,୧୧ /୨: ବୁଧବାରଦିନ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ଆହ୍ୱାନ କ୍ରମେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏକ ବିରାଟ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଜିଲ୍ଲାର ଛାମୁଆ କଂଗ୍ରେସ କର୍ମୀମାନେ ଦୁହୁରିଆ ଛକ ଠାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ବିରାଟ ବାଇକ ରାଲିରେ ପାଛୋଟି ଆଣି ସହର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ସଭାସ୍ଥଳୀରେ ପହଂଚିଥିଲେ l ‘ମାଟି ପାଇଁ ପାର୍ଟି’ ଖୋଲ ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ , ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ରାଜନଗରର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି , କେନ୍ଦ୍ରାପଡ଼ା ଲୋକ ସଭା ପ୍ରାର୍ଥୀ ବରିଷ୍ଠ ଆଇନୀଜୀବୀ ଧରଣୀଧର ନାୟକ,ଜିଲ୍ଲା କଂଗ୍ରେସ ସମ୍ପାଦକ ଜ୍ଞାନଦେବ ବେଉରା, ମହାକାଳପଡ଼ାର ଯୁବ ନେତା ବିଭ୍ରଂ।ଶୁ ଶେଖର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ l

ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ କଡା ଟିପ୍ପଣୀ ଦେଇ କହିଥିଲେ ଯେତେବେଳେ କେନ୍ଦୁଝର, କଳାହାଣ୍ଡି ଭଳି ଅନେକ ଜିଲ୍ଲାରେ ମେଡିକାଲ୍ କଲେଜ ସ୍ଥାପନ ହୋଇପାରିଛି, ତେବେ କେନ୍ଦ୍ରାପଡାରେ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଥିଲେ l ସେହି ଭଳି ଜଟଣୀ ବିଧାୟକ ଶ୍ରୀଯୁକ୍ତ ରାଉତରାୟ କହିଥିଲେ ଯଦି ନବୀନ ସରକାର କେନ୍ଦ୍ରାପଡାରେ ମେଡିକାଲ୍ କଲେଜ୍ ସ୍ଥାପନ ନ କରନ୍ତି ଆଗକୁ ଆନ୍ଦୋଳନ ଯୋର ଧରିବ l ଆହୁରି ମଧ୍ୟ ଓଡିଶା ବାସୀ ଚାହିଁଲେ କଂଗ୍ରସ ୨୦୧୪ ରେ ଓଡ଼ିଶା ଓ କେନ୍ଦ୍ରରେ ସରକାର ଗଠନ କରି କେନ୍ଦ୍ରାପଡା ମାଟିରେ ମେଡିକାଲ୍ କଲେଜ ସ୍ଥାପନ କରିବ ବୋଲି ଅଭିମତ ରଖିଥିଲେ l କେନ୍ଦ୍ରାପଡ଼ାବାସୀ ପ୍ରବଞ୍ଚିତ ରାଜ୍ୟସରକାର ଓ ମିଛୁଆ କେନ୍ଦ୍ରସରକାର ପ୍ରତ୍ୟାଖ୍ୟାନ କରି ୨୦୧୪ ନିର୍ବାଚନରେ ସମସ୍ତ ବିଧାନ ସଭା ଓ ଲୋକସଭାରେ କଂଗ୍ରସ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ l
ସେହିପରି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଥିଲେ ମୋ ଜୀବନ ଥିବା ପର୍ଯ୍ୟନ୍ତ ମୁଁ କେନ୍ଦ୍ରାପଡ଼ା ମାଟି ପାଇ ଆପଣ ମାନଙ୍କ ଆର୍ଶୀବାଦ ନେଇ କାମ କରିବି । ସଭା ଶେଷରେ ଗଣେଶ୍ୱର ବେହେରା ଓ ଅଂଶୁମାନ ମହାନ୍ତିଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀମାନେ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଜରିଆରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ l ଜାତୀୟ ରାଜନୈତିକ ଦଳ ଭାବେ ସର୍ବ ପ୍ରଥମେ କଂଗ୍ରେସର ଏପ୍ରକାର ପ୍ରୟାସକୁ କେନ୍ଦ୍ରପଡ଼ାର ବୁଦ୍ଧିଜୀବୀ ମାନେ ଭୁରିୟସୀ ପ୍ରଶଂସା କରିଛନ୍ତି l କିନ୍ତୁ ଦୁଃଖର କଥା ବରିଡେରାବିଶର ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା,ପାଟକୁରାର ୨ ଥରର ଦଳୀୟ ବିଧାୟକ ପ୍ରାର୍ଥୀ ଜୟନ୍ତ ମହାନ୍ତି ଓ ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ମାଟି ପାଇଁ ପାଟି ଖୋଲ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ l ଯାହାନେଇ କେନ୍ଦ୍ରାପଡା ଜିଲ୍ଲାର ବୁଦ୍ଧିଜିବି ମହଲରେ ତିନି ଛାମୁଆ କର୍ମୀଙ୍କୁ ନାପସନ୍ଦ କରାଯାଉଛି l