କେନ୍ଦ୍ରାପଡ଼ା,୧୨ /୬: ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଜାତୀୟ କଂଗ୍ରେସ ତରଫରୁ ଶୁକ୍ରବାର ଦିନ ଗଣଧାରଣା ଡାକରା ଦିଆଯାଇଥିଲା l ଏନେଇ କଂଗ୍ରେସ କର୍ମୀ ମlନେ ପୂର୍ବାହ୍ନ ୧୧ଘଂଟିକା ପର୍ଯ୍ୟନ୍ତ ନିଜ ନିଜ ଅଂଚଳରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଗଣଧାରଣାରେ ବସିଥିଲେ l ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାର ୯ ଗୋଟି ବ୍ଲକ ସମେତ ଜିଲ୍ଲାର ସଦର ମହକୁମାରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଥିବାର ଦେଖିବାକୁ ମିଳିଥିଲା l ପାଞ୍ଚ ମାସ ମଧ୍ୟରେ ଏକାଧିକବାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସାରାରାଜ୍ୟରେ କଂଗ୍ରେସ କର୍ମୀମାନେ ଗଣଧାରଣାରେ ବସିଥିଲେ l ଧାରଣା ସ୍ଥଳୀରେ କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ନାରାବାଜି ଦେଇଥିଲେ l ବର୍ଷାଧିକ ହେବ ଦେଶରେ କରୋନା ମହାମାରୀ ଯୋଗୁ ଦେଶବାସୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସରକାରଙ୍କର ଇନ୍ଧନ ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ପାଲଟିଛି l

ପ୍ରବାସୀମାନେ କର୍ମ ସଂସ୍ଥାନ ଛାଡି ପରିବାର ସହିତ ଦୁଃଖରେ ଦିନ କାଟୁଥିବା ବେଳେ ସ୍ଥାନୀୟ ଶ୍ରମିକମାନେ କରୋନା ସଂକ୍ରମଣ ଭୟରେ ରୋଜଗାର ହରାଇ ବସିଛନ୍ତି l ଇନ୍ଧନ ତୈଳ ମୂଲ୍ୟ ବୃଦ୍ଧି ଘଟିବାରୁ ଦ୍ରବ୍ୟ ଓ ସେବା ଉପରେ ପରୋକ୍ଷରେ ମୂଲ୍ୟ ବୃଦ୍ଧି ଘଟି ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଉଛି l ତୈଳ ମୂଲ୍ୟ ବୃଦ୍ଧି ସାଧାରଣ ଜନତାଙ୍କ ଦୈନଦିନ ଜୀବନ ଧାରଣକୁ ପ୍ରଭାବିତ କରୁଛି ବୋଲି କଂଗ୍ରେସ କର୍ମୀ ମାନେ ମତ ରଖିଛନ୍ତି l ଏହିଭାବେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ଭଳି ମହାକାଳପଡ଼ା କଂଗ୍ରେସ ତରଫରୁ ରଘୁନାଥ ସେଠି, ପ୍ରତାପଚନ୍ଦ୍ର ନାୟକ,ରବୀନ୍ଦ୍ର ମଳିକ, ଭବାନୀଦାସ, ବାବାଜୀ ଚରଣ ବେହେରା, ବରିଷ୍ଠ କଂଗ୍ରେସ କର୍ମୀ ନିରାକାର ଜେନା,ମହାକାଳପଡ଼ା ବ୍ଲକ କଂଗ୍ରେସ ସଭାପତି କବିନ୍ଦ୍ର ସାମଲ ଓ ଯୁବ କଂଗ୍ରେସ ସଭାପତି ରାକେଶ ମହାନ୍ତି ଆଦି ଯୋଗ ଦେଇ ଧାରଣାକୁ ଅଧିକ ଉଦ୍ଜୀବିତ କରାଇଥିଲେ l ଆଗାମୀ ଦିନରେ କେନ୍ଦ୍ରର ମୁନାଫା ଖୋର ସରକାର ତୈଳ ମୂଲ୍ୟ ବୃଦ୍ଧିରୁ ଓହରି ନ ଆସେ ତେବେ ସାଧାରଣ ଜନତାଙ୍କ ପାଇଁ ଲଢ଼ୁଥିବା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ l