ଭିଡ଼ିଓ ଭାଇରାଲ କରି କୋର୍ଟ ଚାଲାଣ ହେଲେ ପ୍ରେମିକ

କେନ୍ଦ୍ରାପଡା,୩୧/୭ : ସତରେ ମୁଁ ତୁମକୁ ବହୁତ୍ ଭଲ ପାଏ, ମୋ ଜୀବନ ଠୁ ଅଧିକ ସମସ୍ତଙ୍କୁ ଭୁଲି ଯିବି ହେଲେ ମୋ ସୁନ୍ଦରୀକୁ ନୁହେଁ । ଏହି ଭଳି କଥା କହି ଜଣେ ନାବାଳିକା ପ୍ରେମିକାକୁ ପ୍ରେମ ଜାଲରେ ଫସାଇ ନିଜର କାମନା ପୂରଣ କରି ଶେଷରେ ପ୍ରେମିକ ସାଜିଛି ଧୋକବାଜ୍ l ଆଉ ଯାହା ନେଇ ନିଜର ଇଜ୍ଜତ ପାଇକେନ୍ଦ୍ରାପଡା ସଦର ଥାନାରେ ଆଇନ୍ର ଆଶ୍ରୟ ନିଅନ୍ତି ନାବାଳିକା ପ୍ରେମିକା । ସୂଚନାରୁ ପ୍ରକାଶ ପଶ୍ଚିମବଙ୍ଗ ରାଜ୍ୟ ନଦୀଆ ଜିଲ୍ଲା ଅଞ୍ଚଳର ଭିନ୍ନ ସମ୍ପ୍ରଦାୟର ଯୁବକ ମିଲନ୍ ଓ ତାର ଭାଇ ମୁଲାୟମ ସୁଦୂର କଲିକତାରୁ ଆସି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଂଚଳରେ ରହି ରାଜମିସ୍ତ୍ରୀ କାମ କରନ୍ତି । କାମ କରିବାର କିଛି ଦିନ ପରେ ଘର କାମ କରୁଥିବା ମାଲିକଙ୍କ ଝିଅକୁ ପ୍ରେମ କରି ବସିଥିଲା l ପରେ ସେହି ପ୍ରେମିକା ସହିତ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ମୋବାଇଲରେ କଏଦକରିଥିଲା l କଏଦ ଫଟୋ ଗୁଡିକୁ ଅନ୍ୟ ଜଣେ ସହଯୋଗୀ ସୋସିଆଲ ମେଡିଆରେ ପୋଷ୍ଟ କରିଥିଲା l ଯାହା ନେଇ ପ୍ରେମିକା ସଦର ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ପୋଲିସ ଟିମ୍ କଲିକତା ଯାଇ ପ୍ରେମିକ ମିଲନ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରି ଓଡ଼ିଶା ଆଣିଥିଲl l ସେମାନଙ୍କୁ ପଚରା ଉଚରା ପରେ କୋର୍ଟ ଫରୱାର୍ଡ କରିଥିବା ନେଇ କେନ୍ଦ୍ରାପଡ଼ା ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡା ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।