କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଯୋଜନାବୋର୍ଡର ବୈଠକ ଜିଲ୍ଲା ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପାଳ ଅମ୍ରିତ ଋତୁରାଜଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ଅଧିକାରୀଏବଂ ଜିଲ୍ଲା ପରିଷଦ ସଭ୍ୟ /ସଭ୍ୟା ମାନେ ଉପସ୍ଥିତ ଥିଲେ l ଜିଲ୍ଲାର ବିକାଶ ପାଇଁ ବିଭିନ ଉନ୍ନୟନ ଯୋଜନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମାନ ଦିଆଯାଇଛି । ଏହାଛଡା ଜିଲ୍ଲାର ସମସ୍ତ ଅଞ୍ଚଳର ଡିଜିଟାଲ ମ୍ୟାପିଂ କରାଯାଇ ଜମିବାଡିର ନିର୍ଣ୍ଣୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଏକ ବୃହତ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଗୃହିତ ହୋଇଛି । ଏତଦ ବ୍ୟତୀତ ଜିଲ୍ଲାରେ କୃଷି ପାଇଁ ଜଳସେଚନ ଓ ଚାଷ ଜମିରୁ ଜଳ ନିଷ୍କାସନ ସମସ୍ୟା ଓ ଏହାର ସମାଧାନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି । ପାନୀୟଜଳ ଯୋଗାଣ , ଶୀତଳ ଭଣ୍ଡାର ଓ ମତ୍ସ୍ୟଚାଷକୁ ବୃଦ୍ଧିକରାଯିବାକୁ ଏହି ବୈଠକରେ ରାଜ୍ୟ ସରକାରଙ୍କୁ ପସ୍ତାବ ଦିଆଯାଇଛି ବୋଲି ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ରାଜ୍ୟ ସମବାୟ ଓ ଯୋଗାଣ ମନ୍ତ୍ରୀ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି । କିନ୍ତୁ ଜିଲ୍ଲାରେ ଆଗକୁ ମରୁଡି ପରିସ୍ଥିତି ଦେଖାଯିବାର ଆଶଙ୍କା ଥିବାରୁ ଜମିକୁ ଉତ୍ତମ ଜଳଯୋଗାଣ ବ୍ୟବସ୍ଥା ପାଇଁ ଜିଲ୍ଲାପରିଷଦ ସଦସ୍ୟ ମାନେ ଦାବି କରିଥିଲେ । ଆହୁରି ମଧ୍ୟ ଜଳସମ୍ପଦ ବିଭାଗ ଏଥିରେ ଆନ୍ତରିକତା ପ୍ରକାଶ କରୁନାହାନ୍ତି ବୋଲି ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ଠାରୁ କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ସ୍କାମ ରହିଛି ବୋଲି ଗଣ ମାଧ୍ୟମ ପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ l ଯୋଜନା ବୋର୍ଡ ଅଧ୍ୟକ୍ଷତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଏହା ଏକା ସମୟରେ ତ ହୋଇନାହିଁ l ସମ୍ପୃକ୍ତ ଅଂଚଳର ପୂର୍ବ ଶାସକମାନେ ଏଭଳି ଅସଜଡ଼ା କରିଦେଇଛନ୍ତି ସଜାଡ଼ିବାକୁ ଆହୁରି କିଛି ଦିନ ସମୟ ଲାଗିବ l ତେଣୁ ଏଠି କଥା ଉଠୁଛି ଦୀର୍ଘ ୨୦ ବର୍ଷ ଶାସନ କାଳରେ ବି ବିଜେଡି ସରକାର ସ୍ୱଚ୍ଛ ଶାସନ ଚଳାଇବାରେ ବିଫଳ ହୋଇଛି l ଦେଖିବାକୁ ବାକି ରହିଲା ବିଜେଡି ଶାସନ ର ଆଉ କେତେ ଦିନ ପରେ ରାଜ୍ୟରେ ସ୍ଵଚ୍ଚ ଓ ନିର୍ମଳ ଶାସନ ଜାରିରହିବ l ଆଉ ଧନୀକ ଶ୍ରେଣୀ ଭଳି ଗରିବ ବି ନିଜର ହକ ପାଇବାରେ ସମର୍ଥ ହୋଇପାରିବେ l