କେନ୍ଦ୍ରାପଡା,୨୦/୫: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଗରଦପୁର ତହସିଲ ଅଧୀନସ୍ଥ ନାଗଣପୁର ରାଜସ୍ଵ ବିଭାଗର ମଧୁଶାସନ ପଞ୍ଚାୟତ ସାନବେତେରା ଗ୍ରାମବାସୀଙ୍କ ଅଭିଯୋଗ ସରକାରୀ ଜାଗାରେ ଥିବା କତାକିଆ ପୋଖରୀ ହୁଡ଼ାରେ ଏକ ବିରାଟକାୟ ଚାକୁଣ୍ଡା ଗଛକୁ ସେହି ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତି କାଟି ନେଇ ଥିଲେ । ଯାହାକୁ ନେଇ ଗ୍ରାମବାସୀ ଗରଦପୁର ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗରଦପୁର ତହସିଲଦାର ଉକ୍ତ ଘଟଣାକୁ ସଙ୍ଗେ ସଙ୍ଗେ ନାଗଣପୂର୍ ରେଭିନ୍ୟୁ ସର୍କଲ ଅଧିକାରୀଙ୍କୁ କହି କଟା ଯାଇଥିବା ଗଛକୁ ସିଜ କରିଥିଲେ । ଅନ୍ୟପଟେ ଗଛକାଟିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ କହିବା କଥା ଜାଗା ମୋର । ଏ ନେଇ ତହସିଲଦାର ସରକାରଙ୍କ ସମ୍ପତି ମାପ ପର୍ଯ୍ୟନ୍ତ କାଠକୁ କେହି ନେଇ ପାରିବେ ନାହିଁ ବୋଲି କହିଥିଲେ । କିନ୍ତୁ ତହସିଲଦାର ଙ୍କ ଅଗୋଚର ଓ ରେଭିନ୍ୟୁ ସର୍କଲ ଅଧିକାରୀଙ୍କ ବାରଣ ସତ୍ତ୍ୱେ ପ୍ରଭାବଶାଳୀ ବ୍ୟକ୍ତି ଜଣଙ୍କ ଏକ ଟ୍ରାକ୍ଟର ସାହାଯ୍ୟରେ ଗଛର ବଡ଼ ବଡ଼ ଗଡ ଗୁଡ଼ିକ ନେଇ ଯାଇଛନ୍ତି ।
ଏହା ଦେଖି ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାରଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ କିନ୍ତୁ ତହସିଲଦାର ମନ୍ତ୍ରୀଙ୍କ ସଭା କାର୍ଯ୍ୟରେ ବ୍ୟସ୍ତ ଥିବାର କହି ଏଡାଇ ଯାଇଥିଲେ । ଏ ନେଇ ଆଜି ସାନବେତେରା ଗ୍ରାମରୁ ୫୦ ଜଣ ଗ୍ରାମବାସୀ ସମାଜସେବୀ ତନ୍ମୟ ତ୍ରିପାଠୀଙ୍କ ନେତୃତ୍ୱରେ ଆସି ତହସିଲଦାରଙ୍କ ଦୃଷ୍ଟି ଗୋଚର କରିଛନ୍ତି । ଅପରପକ୍ଷରେ ସାମ୍ବାଦିକ ମାନେ ବିବାଦୀୟ ସ୍ଥାନରୁ ଗଛ କଟା କଥା ପଚରାଯିବାରୁ ତହସିଲଦାର କହିଛନ୍ତି ଦୁଇ ତିନି ଦିନ ମଧ୍ୟରେ ମୁଁ ଜାଗା ମାପି ଦେଖିବି ଆଉ ଯଦି ସରକାରଙ୍କ ଜାଗା ହୋଇଥାଏ ତାହେଲେ ଗଛ କାଟି ଥିବା ଓ ନେଇଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏଥର ଦେଖିବାକୁ ବାକି ରହିଲା ଘଟଣାକୁ ତିନି ଦିନ ବିତି ଯାଇଥିଲେ ସୁଦ୍ଧା ତହସିଲଦାର କି ପଦକ୍ଷେପ ନେଉଛନ୍ତି l ମାତ୍ର ଅନ୍ୟ ପଟେ ସମାଜସେବୀ ତନ୍ମୟ ତ୍ରିପାଠୀ ଓ ଗ୍ରାମବାସୀ ଗଣମାଧ୍ୟମକୁ ତହସିଲଦାର ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକାରେ ଗଛ କlଟିବା ଓ କାଠ ନେବା କଥା ଚାଲିଥିବା ନେଇ ସନ୍ଦେହ ପ୍ରକଟ କରୁଛନ୍ତି l