‌ଦେଢଶୁରଙ୍କ କଟୁରୀ ଚୋଟରେ ଗର୍ଭବତୀ ଭାଇ ବୋହୁ ଆହତ

କେନ୍ଦ୍ରାପଡ଼ା,୧୨/୬ : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ବିଧବା ସ୍ଵର୍ଣ୍ଣଲତା ପଣ୍ଡାଙ୍କ ସାନ ଝିଅ ସସ୍ମିତା ପଣ୍ଡା ଜୁଆଣିଆ ଗ୍ରାମରେ ଖଣ୍ଡାୟତ ଘରେ ପ୍ରେମ ବିବାହ କରି ରହିଆସୁଥିଲେ l ମାତ୍ର ଶାଶୁ ଘର ଲୋକେ ବିବାହ ପରଠୁ ଯୌତୁକ ଦାବିକରିବାରୁ ମା ଙ୍କୁ ଏଡାଇ ଭଲ ପାଉଥିବା ପୁରୁଷ ହାତ ଧରିଥିବା ସସ୍ମିତା ଅଡୁଆରେ ପଡିଯାଇଥିଲେ l ଅଜା ‘ଘା’ ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ ଭଳି ସସ୍ମିତା ବିଧବା ମା ଙ୍କ ନିକଟକୁ ଫେରିଯିବାକୁ ଇଛା ଥିଲେ ବି ଫେରି ପାରୁ ନଥିଲେ l ଦିଗ ହରା ହୋଇ ଦୁଖେ କଷ୍ଟେ ଶାଶୁ ଘରେ ଦିନ କାଟୁଥିବା ସସ୍ମିତା l

ସ୍ୱାମୀଙ୍କ ଅନୁପସ୍ଥିତିରେ ସାନଭାଇର ବୋହୂକୁ ଦେଢଶୁର, ଯା, ଶାଶୁ ଓ ଶ୍ୱଶୁରଙ୍କୁ ଫସାଇ ଜୀବନରେ ମାରିଦେବାକୁ ଯୋଜନା କରିଥିଲେ l ସାନଭାଇ ବାହାରେ ଥିବାରୁ ସୁଯୋଗ ଉଣ୍ଡି ଦେଢଶୁର କଟୁରୀରେ ହାଣି ବାକୁ ଉଦ୍ୟମ କରିବା ସମୟରେ ସସ୍ମିତାଙ୍କ ବାମ ହାତର ଅଗ୍ର ବାହୁରେ ଆହତ ଲାଗିଛି l ପରେ ଘଟଣା ବିଷୟରେ ଜାଣିବା ପରେ ସ୍ୱାମୀ ୬ ମାସର ଗର୍ଭବତୀ ପତ୍ନୀ ସସ୍ମିତାଙ୍କୁ ନେଇ ଡାକ୍ତର ଖାନାରେ ଭର୍ତ୍ତି କରି ଥିଲେ l ସେପଟେ ଆହତ ଙ୍କ ପକ୍ଷରୁ ଅlଳିଥାନାରେ ଅଭିଯୋଗ କରିବା ସହିତ ଏସପିଙ୍କୁ ଅବଗତ କରାଯାଇଛି l ତେବେ ଦେଖୁବାକୁ ବାକି ରହିଲା ଆଳିର ଏଭଳି ସ୍ପର୍ଶ କାତର ଘଟଣା ରେ ପୋଲିସ ଅଭିଯୋଗ କାରିଣୀଙ୍କୁ କି ପ୍ରକାର ନ୍ୟାୟ ପ୍ରଦାନ କରୁଛନ୍ତି l