ପାରିବାରିକ କଳହରୁ ରେଳଧାରଣାରେ ଜୀବନ ହାରିଲେ ଯୁବକ

କେନ୍ଦ୍ରାପଡା,୨୯ /୪ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅଧୀନ ଠାକୁରପାଟଣା ଗ୍ରାମର ଭୂମିହୀନ ତଥା ଗରିବ ପରିବାରର ଯୁବକ ସୁବାଷ ବେହେରା ପାରିବାରିକ କଳହ ପାଇଁ ହରିଦାସପୁର ପାରାଦ୍ୱୀପ ରେଳଧାରଣାରେ ଜୀବନ ହାରିଥିବାର ଜଣାପଡିଛି l ପରିବାର ଅଗୋଚରରେ ମୃତକ ସୁବାଷ ଘର ପାଖ ଦୁହୁରିଆ ରେଳଧlରଣାକୁ ଆତ୍ମହତ୍ୟା କରିବାକୁ ଚାଲିଯାଇ ରେଳ ଯାତାୟତ ବାଟକୁ ଚାହିଁ ରହିଥିଲେ l ମାତ୍ର ଟ୍ରେନ ମାଡିଯିବାରୁ ତାଙ୍କର ହାତ କଟି ଯାଇ ଗଭୀର କ୍ଷତ ସୃଷ୍ଟି ହୋଇଥିଲା l ଏପରିକି ଅଧିକ ରକ୍ତ ସ୍ରାବ ହୋଇ ତାଙ୍କର ମୃତ୍ୟୁ ହୋଇଯାଇଛି l ଦୁଃଖଦ ପରିବାରର ପରିଜନଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧୦ ,୦୦୦ ଟଙ୍କା ଓ ରାଷ୍ଟ୍ରୀୟ ବିଜେପି ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ତରଫରୁ ଆର୍ଥୀକ ସହାୟତା ଯୋଗାଇ ଦିଆଯାଇଛି l ସେପଟେ ପ୍ରଶାସନିକ ଅବହେଳାରୁ ମୃତକଙ୍କ ଶବକୁ ପରିଜନ ଟ୍ରଲିରେ ବୋହି ନେବା ଅମାନବୀୟ କାର୍ଯ୍ୟ ବୋଲି ସାଧାରଣରେ ନିନ୍ଦା କରାଯାଉଛି l