ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ସର୍ବଦା ଖାଦ୍ୟରେ ଚିନି କମ୍ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଚିନି ଖାଇବା ଦ୍ୱାରା ମସ୍ତିଷ୍କରେ ରାସାୟନିକ ପ୍ରତିକ୍ରିୟା ହେତୁ ସେରୋଟୋନିନ୍ ଡିସାର୍ଜ ହୋଇଥାଏ, ଯାହା ସ୍ୱଭାବରେ ଚିଡ଼ାପଣ ଏବଂ ଉଦାସୀନତା ବଢାଇଥାଏ । ଏଥି ସହିତ, ଚିନିର ଅତ୍ୟଧିକ ବ୍ୟବହାର ମଧୁମେହର କାରଣ ହୋଇପାରେ । କିନ୍ତୁ ଯଦି ଆପଣ ଖଇରିଆ ରଙ୍ଗର ଚିନି ବ୍ୟବହାର କରିବେ, ତେବେ ଆପଣ ଏହିପରି ସମସ୍ୟାରୁ ଦୂରେଇ ରହିପାରିବେ ।
ଖଇରିଆ ରଙ୍ଗର ଚିନିରେ ପୋଷକ ତତ୍ତ୍ୱ ଅଧିକ ରହିଥାଏ । ଏହି ରଙ୍ଗର ଚିନିରେ କମ୍ କ୍ୟାଲୋରୀ, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍, ଜିଙ୍କ୍, କପର, ଫସଫରସ୍, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ବି ଏବଂ ଅନ୍ୟାନ୍ୟ ଉପାଦାନ ରହିଥାଏ । ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଖଇରିଆ ରଙ୍ଗର ଚିନି ଗୁଡର ଏକ ଶୁଦ୍ଧ ରୂପ ଏବଂ ଏହାର ପ୍ରସ୍ତୁତିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ନାହିଁ ।
– ଖାଦ୍ୟରେ ଖଇରିଆ ରଙ୍ଗର ଚିନି ଅନ୍ତର୍ଭୁକ୍ତ କରିବା ଦ୍ୱାରା ହଜମ ଭଲ ହୋଇଥାଏ ।
– ଯଦି ଆପଣଙ୍କର କୋଷ୍ଠକାଠିନ୍ୟର ସମସ୍ୟା ରହିଛି, ତେବେ ଗରମ ପାଣିରେ ଅଦା ଏବଂ ଏକ ଛୋଟ ଚାମଚ ଖଇରିଆ ରଙ୍ଗର ଚିନି ବ୍ୟବହାର କରନ୍ତୁ, ଏହା ଆପଣଙ୍କୁ ତୁରନ୍ତ ଆରାମ ଦେଇଥାଏ ।
– ମେଦବହୁଳତା ହ୍ରାସ କରିବାରେ ଖଇରିଆ ରଙ୍ଗର ଚିନି ବହୁତ ପ୍ରଭାବଶାଳୀ । ଏଥିରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ ଏବଂ ଏହା ମେଟାବୋଲିଜିମକୁ ବଢାଇଥାଏ । ଯେଉଁ କାରଣରୁ ଭୋକ କମ୍ ଲାଗିଥାଏ ଏବଂ ଓଜନ ନିୟନ୍ତ୍ରଣ କରିବା ସହଜ ହୋଇଥାଏ ।
– ଚର୍ମ ପାଇଁ ଖଇରିଆ ରଙ୍ଗର ଚିନି ଏକ ଅଦ୍ଭୁତ ଜିନିଷ । ଏଥିରେ ଭିଟାମିନ୍ ବି ଥାଏ ଯାହା ବାର୍ଦ୍ଧକ୍ୟ ଜନିତ ସମସ୍ୟାକୁ ଦୂର କରିଥାଏ । ଏହା ବ୍ୟତୀତ ମିନେରାଲ୍ ଉପାଦାନ ମଧ୍ୟ ଏଥିରେ ମିଳିଥାଏ ଯାହା ଚର୍ମ କୋଷ ପାଇଁ ଲାଭଦାୟକ ହୋଇଥାଏ । ଚର୍ମକୁ ଉଜ୍ଜ୍ୱଳ କରିବା ପାଇଁ ଖଇରିଆ ରଙ୍ଗର ଚିନିକୁ ସ୍କ୍ରବ୍ ଭାବରେ ବ୍ୟବହାର କରିପାରିବେ ।