କୃଷକମାନଙ୍କ ସମର୍ଥନରେ ଆମେରିକାର ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ପତାକାରେ ଆବୃତ କଲେ
ୱାଶିଂଟନ, ୧୩/୧୨ : ଭାରତରେ କୃଷି ଆଇନ ବିରୋଧରେ ପ୍ରତିବାଦ କରୁଥିବା କୃଷକମାନଙ୍କୁ ସମର୍ଥନ ପ୍ରଦର୍ଶନ କରି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ୱାଶିଂଟନସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନରେ ଭାରତୀୟ ଦୂତାବାସ ନିକଟରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିକୁ ଅସମ୍ମାନ କରାଯାଇଛି ।
ଏହି ଧାରଣା ସଂପର୍କିତ ଏକ ଭିଡିଓ ଆସିଛି, ଯେଉଁଥିରେ ଦେଖାଯାଇପାରିବ ଯେ, ଗାନ୍ଧିଜୀଙ୍କ ମୂର୍ତ୍ତିକୁ ପ୍ରଦର୍ଶନକାରୀମାନେ ଏକ ଖଲିସ୍ତାନୀ ପତାକା ସହ ଢାଙ୍କି ଦେଇଛନ୍ତି । କିଛି ଲୋକ ହାତରେ ବ୍ୟାନର ଓ ପୋଷ୍ଟର ମଧ୍ୟ ଧରିଛନ୍ତି । କୁହାଯାଉଛି ଯେ, କୃଷି ଆନ୍ଦୋଳନ ସମୟରେ ଖଲିସ୍ତାନୀ ପତାକା ମଧ୍ୟ ଉଡାଯାଇଛି । ଏହା ପୂର୍ବରୁ ଲଣ୍ଡନସ୍ଥିତ ଉଚ୍ଚାୟୋଗର ସମ୍ମୁଖରେ ଏଭଳି କାମ କରାଯାଇଥିଲା । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ କାନାଡାରେ ମଧ୍ୟ ବିଗତ ଦିନରେ ଆନ୍ଦୋଳନ ହୋଇଥିଲା ।
Comments are closed.