ବଙ୍କରରେ ଲୁଚିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମନେଇ

ନୂଆଦିଲ୍ଲୀ, ୧୭/୦୬ : ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧରୁ ନିଜକୁ ରକ୍ଷା କରିବା ଲାଗି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମନେଇ ଓ ତାଙ୍କ ପରିବାର ସଦସ୍ୟ ଏବେ ବଙ୍କର ମଧ୍ୟରେ ଲୁଚି ରହିଛନ୍ତି। ଇସ୍ରାଏଲ ଆକ୍ରମଣ କରିବା ପରେ ଇରାନ ଏହାର ସର୍ବୋଚ୍ଚ ନେତାଙ୍କୁ ବଙ୍କର ମଧ୍ୟକୁ ସ୍ଥାନାନ୍ତର କରିଥିବା କହିଛି। ତେହରାନର ଉତ୍ତର-ପୂର୍ବ ଲାଭିଜାନ ଅଞ୍ଚଳରେ ଥିବା ଏକ ବଙ୍କରରେ ଖାମନେଇ ଲୁଚି ରହିଛନ୍ତି। ୨୦୨୪ ଏପ୍ରିଲ ଓ ଅକ୍ଟୋବରରେ ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରଠାରୁ ଖାମନେଇଙ୍କୁ ସୁରକ୍ଷିତ ରଖିବା ଲାଗି ବଙ୍କରରେ ରଖାଯାଇଛି।