ଭୁବନେଶ୍ଵର, ୫/୭ : ଖଣ୍ଡଗିରି ଓ ଉଦୟଗିରି ସମେତ ୯ଟି ଐତିହ୍ୟସ୍ଥଳ ନ ଖୋଲିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଏସବୁ ଐତିହ୍ୟ କୀର୍ତ୍ତିରାଜୀ ରଖିବାକୁ ଖୋର୍ଦ୍ଧା ଜିଲାପାଳ ସିତାଂଶୁ କୁମାର ରାଉତ ନିର୍ଦେଶ ଦେଇଛନ୍ତି।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରୁ ଏହା ନ ଖୋଲିବାକୁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ(ଏଏସ୍ଆଇ) ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲାପାଳ ସିତାଂଶୁ କୁମାର ରାଉତ ଚିଠି ଲେଖିଛନ୍ତି। ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୬ରୁ ଐତିହ୍ୟ କୀର୍ତ୍ତିରାଜି ଖୋଲିବାକୁ ଏଏସ୍ଆଇ ଓଡ଼ିଶା ନିର୍ଦେଶ ଦେଇଥିଲେ।