କେନ୍ଦ୍ରାପଡା,୧୯/୮: କେନ୍ଦ୍ରାପଡା ଜିଲ୍ଲାର ବିବାଦୀୟ ଖରସ୍ରୋତା ମେଗାପାନୀୟ ଜଳ ପ୍ରକଳ୍ପ ତଥା ରାଜ୍ୟ ସରକାରଙ୍କ ଜନସ୍ୱାର୍ଥ ବିରୋଧୀ ନୀତି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l ଜିଲ୍ଲା ପ୍ରଶାସନ ଜନଶୁଣାଳୀ ନକରି ଏକ ପାଖିଆ ଭାବେ ପ୍ରକଳ୍ପ ତ୍ୱରାନ୍ୱିତ କରୁଛନ୍ତି l ଏନେଇ କେତେବେଳେ ବାମପନ୍ଥୀ ତ କେଉଁ ସମୟରେ କଂଗ୍ରେସ ଓ ଭାଜପାର ରାଜ୍ୟ ସ୍ତରୀୟ ନେତା ମାନେ ପ୍ରକଳ୍ପ ସ୍ଥଳୀ ପରିଦର୍ଶନ କରି ଆନ୍ଦୋଳନ କାରିମାନଙ୍କୁ ସାନ୍ତ୍ୱନା ପ୍ରଦାନ କରି ଜିଲ୍ଲା ପ୍ରଶାସନକୁ ଶାନ୍ତି ପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ନେଇ ପ୍ରତିକ୍ରିୟା ରଖୁଛନ୍ତି l କିନ୍ତୁ ନାଛୋଡ ବନ୍ଧା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପ୍ରକଳ୍ପ ବିଷୟରେ ଆନ୍ଦୋଳନ କାରିମାନଙ୍କ ସହିତ ଉତ୍ତମ ବୁଝାମଣା କରିବା ପରିବର୍ତ୍ତେ ପ୍ରକଳ୍ପ ଅଂଚଳ ରେ୧୪୪ ଧାରା ଜାରି କରି ଗିରଫଦାରି ଭୟ ଦେଖାଇ ପୋଲିସ ଛାଉଁଣିରେ ପ୍ରକଳ୍ପ କାର୍ଯ୍ୟରେ ସହମତି ରହୁଛନ୍ତି l
ଆନ୍ଦୋଳନ କାରୀମାନେ ଭଦ୍ରକ ଅଂଚଳର ଆଦାନୀ ଶିଳ୍ପକୁ ଜଳଯୋଗାଣ ନେଇ ସରକାରଙ୍କ ଆନ୍ତରିକତା ଆଗରେ ଉତ୍ପତ୍ତିସ୍ଥଳୀର ଜନତାଙ୍କ ଅlନ୍ନିକଟ ଦାବି ଫିକା ପଡିଛି l ଭପୃଷ୍ଠ ଜଳ ନାଁ ରେ ଭୁତଳ ଜଳକୁ ବାହାରକୁ ଯୋଗାଣ ନେଇ ପ୍ରତିବାଦ ଜୋର ଧରିଛି l ଏନେଇ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପଞ୍ଚାନନ କାନୁନଗୋ ଭାଜପାର ପୃଥ୍ୱୀରାଜ ହରିଚନ୍ଦନ ବି ପ୍ରକଳ୍ପ ସ୍ଥଳୀ ପରିଦର୍ଶନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି l ଏପରିକି ଶ୍ରୀଯୁକ୍ତ ହରିଚନ୍ଦନ ରାଜ୍ୟ ସରକାର ଭୁତଳ ଜଳାଭାବ ଜିଲ୍ଲାରୁ ଭୁପୃଷ୍ଠ ଜଳ ଯୋଗାଣ ନେଇ ଚିନ୍ତା କରୁଛନ୍ତି l ବର୍ତ୍ତମାନ ମୌସୁମୀ ବାୟୁ ଜାରି ରହିଥିବା ବେଳେ ଭିପୃଷ୍ଠରେ ଭରପୁର ଜଳ ନାହିଁ l ମାତ୍ର ଅଣମୌସୁମୀ ସମୟରେ କେତେ ଯେ ଜଳ ରହିବ ଯାହାକି କେନ୍ଦ୍ରାପଡା ଜିଲ୍ଲାରୁ ଭଦ୍ରକ ଜିଲ୍ଲା ଯୋଗାଣ ହୋଇପାରିବ l
ସର୍ବୋପରି ଲୋକଙ୍କୁ ଭୁଆଁ ବୁଲାଇ ଜିଲ୍ଲା ପ୍ରଶାସନ ପ୍ରକଳ୍ପ ଆଗେଇନେଉଛି l କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବ କୃଷ୍ଣ ଚୌଧୁରୀଙ୍କ କନ୍ୟା ତଥା ଗାନ୍ଧୀ ସ୍ମୃତି ଫାଉଣ୍ଡେସନ କୃଷ୍ଣା ମହାନ୍ତି ବିବାଦୀୟ ସ୍ଥଳ ପରିଦର୍ଶନ କରି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବାପରେ ପ୍ରତିକ୍ରିୟା ରଖିଛନ୍ତି l ଯାହାକି ଜିଲ୍ଲା ପ୍ରଶାସନ ଓ ଆନ୍ଦୋଳନ କାରୀମାନଙ୍କ ମଧ୍ୟରେ ଗ୍ୟାପ ରହିଯିବାରୁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାର ଜିଲ୍ଲପାଳ କହିଥିବା କଥା କହିଛନ୍ତି l ଆହୁରି ମଧ୍ୟ ଅlନ୍ନିକଟ କରାଯାଇ କେବଳ ଭୁପୃଷ୍ଠ ଜଳର ୪% ପ୍ରତିଶତ ଭଦ୍ରକ ସହିତ ଆଳି ଓ ରାଜକନିକା ଅଂଚଳବାସୀଙ୍କୁ ପାନୀୟ ଜଳ ନିମନ୍ତେ ଯୋଗାଇଦିଆଯିବ ବୋଲି ଜିଲ୍ଲା ପାଳ କହୁଥିବାର ଶ୍ରୀମତୀ ମହାନ୍ତି କହିଛନ୍ତି l ଜିଲ୍ଲାପାଳଙ୍କ ଏପ୍ରକାର ଉକ୍ତି କୁ ସାଧାରଣରେ ଗ୍ରହଣ ସମ୍ଭବ ହେଉନି କାରଣ ଭୁତଳ ଜଳାଭାବ ଆଗାମୀ ଦିନରେ ଆଳି, ରାଜକନିକା ଓ ଭିତରକନିକା ଅଂଚଳର ପରିବେଶକୁ ବିଗାଡି ଦେବ l ଯାହାନେଇ ପରିବେଶବିତ ଶ୍ରୀକାନ୍ତ ନାୟକ ମେଡିକାଲ ବେଡ଼ରେ ଅନଶନ ଜାରିରଖିଥିବା ବେଳେ ଶିବାଶିଷ ଷଡ଼ଙ୍ଗୀ ନାମ୍ନୀ ସ୍ବେଛାସେବୀ ପ୍ରଶାସନର କୁକାର୍ଯ୍ୟ ପ୍ରତିବାଦ ସ୍ୱରୂପ ଗରାପୁର ଗାନ୍ଧୀମୂର୍ତ୍ତି ତଳେ ଶାନ୍ତିପୂର୍ଣ ଭାବେ ଲଣ୍ଡା ହୋଇ ପାଖ ନଦୀରେ ତିଳ ତର୍ପଣ କରିଛନ୍ତି l ଶାନ୍ତି ପୂର୍ଣ୍ଣ ଭାବେ ପ୍ରଶାସନକୁ ପ୍ରତିବାଦ ଜଣାଉଥିଲେବି ପ୍ରଶାସନ ଚେତୁ ନଥିବାର ଜଣାପଡିଛି l