ବିଜେପି ଜିତିଲେ ପ୍ରତେକ ଶିଶୁ କନ୍ୟାଙ୍କ ଆକାଉଣ୍ଟକୁ ଯିବ ୧ ଲକ୍ଷ ଟଙ୍କା : ଖୁସବୁ ସୁନ୍ଦର

ଚେନ୍ନାଇ,୨୮/୩ : ତାମିଲନାଡୁରେ ଆସନ୍ତା ଏପ୍ରିଲ ୬ ତାରିଖରେ ହେବ ବିଧାନସଭା ନିର୍ବାଚନ । ଭୋଟରକୁ ଆକୃଷ୍ଟ କରିବାକୁ ପ୍ରତିଶୃତିର ପାହାଡ ଲଦିଦେଉଛନ୍ତି ହେଭିଓ୍ୱେଟ୍ । ଏହି ପରିପ୍ରେକ୍ଷୀରେ ତାମିଲନାଡୁ ଯାଇ ନିର୍ବାଚନ ପ୍ରଚାର କରିଛନ୍ତି ବିଜେପି ନେତ୍ରୀ ତଥା ଅଭିନେତ୍ରୀ ଖୁସବୁ ସୁନ୍ଦର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶୃତି ଦେଇଛନ୍ତି ଖୁସବୁ ।

ସେ କହିଛନ୍ତି ଯେ, ଏଠାରେ ବିଜେପି ସରକାର ଗଢିଲେ ମହିଳାଙ୍କ ଆର୍ଥିକ ସମ୍ୱଳକୁ ସ୍ୱତନ୍ତ୍ର କରାଯିବ । ଏପରିକି ପ୍ରତି ଛୋଟ ଛୋଟ ଝିଅଙ୍କ ଆକାଉଣ୍ଟକୁ ୧ ଲକ୍ଷ ଲେଖାଏଁ ଟଙ୍କା ପଠାଯିବ । ଫଳରେ ସେମାନଙ୍କ ଲାଳନ ପାଳନରେ କୌଣସି ସମସ୍ୟା ହେବନି । ଏପରିକି ରାଜ୍ୟରେ କନ୍ୟାଭୃଣ ହତ୍ୟା ରୋକିବାରେ ସହାୟକ ହେବ ।

ଆସନ୍ତା ଏପ୍ରିଲ ୬ରେ ନିର୍ବାଚନ ମେ ୨ରେ ଆସିବ ଫଳାଫଳ । ୨୩୪ ସିଟ୍ ପାଇଁ କଂଗ୍ରେସ-ଡିଏମକେ ଏବଂ ବିଜେପି-ଏଆଇଡିଏମକେ ମଧ୍ୟରେ କଡ୍ଡା ଟକ୍କର ହେବ । ତେବେ ଥାଉଜାଣ୍ଡ ଲାଇଟ୍ସ ଆସନରୁ ନିର୍ବାଚନ ଲଢୁଛନ୍ତି ଖୁସବୁ ସୁନ୍ଦର । ମେ ୨ ପରେ କିଏ ମାରିବ ବାଜି ଆଉ କିଏ , ତାମିଲନାଡୁରେ ଗଢିବ ସରକାର ତାହା ସ୍ପଷ୍ଟ ହୋଇଯିବ ।